*ନୂଆପଡ଼ା ଜିଲ୍ଲା ରେ ବନ୍ୟା କ୍ଷୟକ୍ଷତି, ସଡ଼କ ଧୋଇ ନେବା ପରେ ଯାତାୟତ ସମ୍ପୂର୍ଣ୍ଣ ଠପ୍*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ୍ ରେ ବନ୍ୟା କ୍ଷୟକ୍ଷତି ହୋଇଥିବା ବେଳେ ସଡ଼କ ଧୋଇ ନେବା ପରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଛତା ରୁ ମଖାଭଟା ଏବଂ ମାଲିକ ମୁଣ୍ଡା ରୁ କୁଞ୍ଜଲ ପଡ଼ା ସଡ଼କ ଧୋଇ ନେଇଛି। ଏହି ସଡକ ମରାମତି କରିବା ସାଙ୍ଗକୁ ଆବଶ୍ୟକ ବନ୍ୟା ସହାୟତା ପ୍ରଦାନ କଲେ ଯାତାୟତ ସୁବିଧା ସ୍ଵଭାବିକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ଅନେକ ବିଭାଗୀୟ ମନ୍ତ୍ରୀଙ୍କ ତୋଫାନି ଗସ୍ତ ରହିଥିବା ବେଳେ ନୂଆପଡ଼ା ଜିଲ୍ଲା ଲଘୁଚାପ ଜନିତ ବର୍ଷା ରେ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଆବଶ୍ୟକ ସହାୟତା ଘୋଷଣା କରିବାକୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
