*ନୂଆପଡା ଜିଲ୍ଲା ର ସର୍ବଶ୍ରେଷ୍ଠ ପୁଜା ମଣ୍ଡପ ଭାବ ରେ ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ରଜାପଡା କୁ ସମ୍ମାନୀତ*
ନୂଆପଡା (ମିଖାଏଲ ନନ୍ଦ)
ପ୍ରତିବର୍ଷ ଭଳି ନିଉଜ ୧୮ ଓଡିଆ ନିଉଜ ଚେନାଲ ତରଫ ରୁ ଶାରଦୀୟ ଦୁର୍ଗା ପୁଜା ଉପଲକ୍ଷେ ଜିଲ୍ଲା ସୁସଜ୍ଜିତ ତୋରଣ ଆଲୋକ ସାଜସଜ୍ଜା ଓ ରୀତି ନୀତି ଅନୁଶାରେ ପୁଜା କରାଯାଉଥିବା ଦୁର୍ଗା ପୁଜା ମଣ୍ଡପ କୁ ଚୟନ କରି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ର ଶ୍ରେଷ୍ଠ ପୁଜା ମଣ୍ଡପ ରୂପେ ଚଳିତ ବର୍ଷ ଖଡିଆଳ ରଜାପଡା ର ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଚ କୁ ସର୍ବ ଶ୍ରେଷ୍ଠ ପୁଜା ମଣ୍ଡପ ଭାବ ରେ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା। ଆଜି ର ନିଉଜ ୧୮ ଓଡିଆ ର ଶାରଦୀୟ ସମ୍ମାନ ଉତ୍ସବ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ଥିବାବେଳେ ବିଶିଷ୍ଟ ଅତିଥି ଭାବରେ ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ସଭାପତି ଦେବ ଦେବ ସିଂ ଦେଓ ତଥା ସମ୍ମାନୀତ ଅତିଥି ଭାବ ରେ ରାଜ୍ୟପାଳ ପୁପସ୍କାର ପ୍ରାପ୍ତ ଅବସରକାଳୀନ ଶିକ୍ଷକ ବଳଭଦ୍ର ମହାଉତି ଓ କଣ୍ଟାବାଜିଂ କଲେଜ ଅଧ୍ୟକ୍ଷ ଡ.ପଦ୍ମଲୋଚନ ବର୍ମା ଉପସ୍ଥିତ ରହିଥିଲେ। ସାମ୍ବାଦିକ ବିଜୟ ସହିଶ ମଞ୍ଚ ପରିଚାଳନା କରିଥିଲେ। ସେହିଭଳି ପୁଜା ମଣ୍ଡପ ର ବରିଷ୍ଟ ରାଜ ପୁରୋହିତ ପ୍ରଫୁଲ୍ଲ ରଥ, ସମାଜ ସେବା ରେ ନିୟୋଜିତ ରାଜେଶ ପୋଡ଼, ଜ୍ୟୋତିର୍ମୟୀ ସେନାପତି ସମର୍ପିତ ସେବା ଭାବନା ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିବା ନେଇ ସମ୍ବର୍ଦ୍ଧିତ କରିଛନ୍ତି।
