ମହାତ୍ମା ଗାନ୍ଧୀ ଜୀଙ୍କ ଜୟନ୍ତୀ ଅବସର ରେ ସ୍ୱତନ୍ତ୍ର ଗ୍ରାମ ସଭା l
ତେନ୍ତୁଳୀଖୁଣ୍ଟି -କଙ୍ଗରା (ପରଦେଶୀ ଭଞ୍ଜଦୂତ ପ୍ରତିନିଧି ) କଙ୍ଗରା ଗ୍ରାମ ସଦର ମହକୁମା ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି ପୂର୍ବାନ 11 ଘଣ୍ଟିକା ସମୟରେ l
ମୂଖ୍ୟ ଅତିଥି ରୂପେ ପିଇଓ ମୋହନ ଗୌଡ଼,ଏସିଡ଼ିଓ ମନୋଜ କୁମାର ଦାସ, ସରପଞ୍ଚ ଧନେଶ୍ଵରୀ ଭୋଇ,ମିଶନ ଶକ୍ତି ସଭାପତି ଶରଶ୍ୱତି ମାଳି,ସମାଜ ସେବୀ ଗୋଲକ ନାୟକ,ଲମ୍ବଧର ନାୟକ l
ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମହାତ୍ମା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟ ପର୍ଣ ଓ ପୂଜ୍ୟ ପୂଜା କରିଥିଲେ l
ମାଲ୍ୟପର୍ଣ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହ ପ୍ରବୀଣ ହିଆଲ,ବାବୁଲା ହିଆଲ,ମକର ମୁଦୁଲି ରଘୁନାଥ ମାଝୀ,ଯୁଜେଷ୍ଟିର ପୂଜାରୀ ସମେତ 12 ଗୋଟି ୱାର୍ଡ ମେମ୍ବର ଓ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l
ସ୍ୱତନ୍ତ୍ର ଗ୍ରାମ ସଭା ପରିଚାଳନା କରିଥିଲେ ଏସିଡ଼ିଓ ମନୋଜ କୁମାର ଦାସ lଜିପିଡ଼ିପି 2026-27 MGNREGA Annual ଆକ୍ସନ ପ୍ଲାନ ଗୁଡିକ ଦେଇ ଥିଲେ l 14 ଗୋଟି ୱାର୍ଡର ଘରସମସ୍ୟାର ରାସ୍ତା,ପାନୀୟ ଜଳ,ବିଜୁଳି ଏହି ସବୁ ବିଷୟ ଉପରେ ଆଧାରିତ ଥିଲା lଏହି ସବୁ ଭିତରୁ 10 ନମ୍ବର ୱାର୍ଡ ମେମ୍ବର ବାବୁଲା ହିଆଲ l ତାଙ୍କ ୱାର୍ଡର ଅତି ପୁରୁଣା କାଦୁଅ ପୋଚ ପୋଚ ରାସ୍ତା ବିଷୟରେ ଗୁହାରି କରିଥିଲେ lଏମିତି 13 ଗୋଟି ୱାର୍ଡ ମେମ୍ବର ନିଜ ନିଜ ୱାର୍ଡର ସମସ୍ୟା ଗୁଡିକ ଜଣେଇ ଥିଲେ l
14 ଗୋଟି ୱାର୍ଡର ଯାହା ସବୁ ସମସ୍ୟା ରହିଛି ତାହା ଗୋଟି ଗୋଟି କରିକି ଦାସ ବାବୁ ଲିଖିତ ଆକାରରେ ରଖିଥିବା ଦେଖିବାକୁ ମିଳିଥିଲା l
