*ଆଜି ଜିଲ୍ଲା ସ୍ତରୀୟ ସ୍ଵଚ୍ଛ ଉତ୍ସବ ପାଳିତ, ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସ୍ୱଚ୍ଛ ସାଥିଙ୍କୁ ଉତ୍ସାହିତ କରିଥିଲେ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ, ପବିତ୍ର ବିଜୟା ଦଶମୀ ଉପଲକ୍ଷେ ସେବା ପକ୍ଷ ର ଉଦଯାପନୀ ଉତ୍ସବ ଅଟେ। ଆଜି ଜିଲ୍ଲା ସ୍ତରୀୟ ସ୍ଵଚ୍ଛ ଉତ୍ସବ ପାଳିତ, ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସ୍ୱଚ୍ଛ ସାଥିଙ୍କୁ ଉତ୍ସାହିତ କରିଥିଲେ। ସ୍ବଚ୍ଛତା ପ୍ରତ୍ୟେକ ନାଗରିକଙ୍କ ପ୍ରଥମ ପସନ୍ଦ ଅଟେ। ତେଣୁ ନିଜେ ସେଚ୍ଛ ରହି ନିଜ ପରିବେଶ କୁ ସ୍ବଚ୍ଛତା ଆଣିବା ନୈତିକ କର୍ତ୍ତବ୍ୟ ସମ୍ପାଦନ ହିଁ ସଚେତନ ଓ ଦାୟିତ୍ବବାନ ନାଗରିକ ଙ୍କ କାର୍ଯ୍ୟ ଅଟେ। ଅନ୍ୟକୁ ଅନୁସରଣ କରିବା ଠିକ୍ କିନ୍ତୁ ଅନ୍ୟଙ୍କ ପାଇଁ ଉଦାହରଣ ହେବା ମହା କଠିନ ଅଟେ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ଆହ୍ବାନ କରିଥିଲେ। ସଭାରେ ଉପଜିଲ୍ଲାପାଳ ସୂର୍ମି ସୋରେନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର୍ ଧାରୁଆ, ନୂଆପଡ଼ା ନିର୍ବାହୀ ଅଧିକାରୀ। ଏହି ଉତ୍ସବ ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ବର୍ଦ୍ଧନା କରାଯାଇଅଛି। ସମ୍ବର୍ଦ୍ଧନା ଆଗକୁ କାର୍ଯ୍ୟ କରିବା ପାଇଁ ଆହ୍ବାନ କରିଥାଏ। ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
