ବାଲେଶ୍ବରରେ ବିରାଟ ରାବଣ ପୋଡି ଉତ୍ସବ :
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
ବାଲେଶ୍ବର ରାବଣ ପୋଡି ସମାରୋହ କମିଟି ତରଫରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ମହାନବମୀ ଅବସରରେ ବିରାଟ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଛବିଶ ବର୍ଷ ତଳେ ବରିଷ୍ଠ ସାମ୍ବାଦିକ ତଥା ଆଜିକାଲି ଦୈନିକ ଖବରକାଗଜର ପ୍ରତିଷ୍ଠାତା ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ବେଳେ, ସମାଜସେବୀ ତଥା ବାଲେଶ୍ବରର ବିଶିଷ୍ଟ ବ୍ୟବସାୟୀ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହା ଏବେ ପ୍ରତିବର୍ଷ ପାଳନ ହୋଇ ଆସୁଅଛି। ଏହି ଉତ୍ସବରେ ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ବର ପୈାରପାଳିକା ଅଧ୍ୟକ୍ଷା ସବିତା ସାହୁ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ରାବଣ ପୋଡି ଉତ୍ସବ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବ ଦେଖିବା ପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥିଲା।।।
