ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ:
ବାଲେଶ୍ଵର ତା୧୭/୦୯:- ବାଲେଶ୍ଵର ସ୍ଥିତ ସହିଦ ଗାନ୍ଧୀ ସ୍ମୃତି ଭବନଠାରେ ଦିବା ଘ ୧୧ଟିକା ସମୟରେ ଜିଲ୍ଲା ସ୍ତରୀୟ ଅଙ୍ଗୀକାର-୨୦୨୫ ବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ପୌରପାଳିକା ତରଫରୁ ଏକ ଶୋଭା ଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ପତାକା ଦେଖାଇ ଶୁଭାରମ୍ଭ ରେ ମିଶନ ଶକ୍ତି କଫେ ଠାରୁ ବାହାରି ଗାନ୍ଧୀ ସ୍ମୃତି ଭବନଠାରେ ସମ୍ମିଳିତ ହୋଇଥିଲେ। ପରେ ପରେ ଜିଲ୍ଲା ସ୍ତରୀୟ ଅଙ୍ଗୀକାର -୨୦୨୫ ବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଯୋଗ ଦେଇ ଥିବା ବେଳେ ବାଲେଶ୍ଵର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପଣ୍ଡା, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ,ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀମତୀ ନିର୍ଲିପ୍ତା ମହାନ୍ତି,ରେମୁଣା ପୌର ପରିଷଦ ନିର୍ବାହୀ ଅଧିକାରୀ ସମେତ ବାଲେଶ୍ଵର ପୌରପାଳିକାର ନିର୍ବାଚିତ ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ବାଲେଶ୍ଵର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀମତୀ ନୀର୍ଲିପ୍ତା ମହାନ୍ତି ଅତିଥି ପରିଚୟ, ସ୍ଵାଗତ ସମ୍ଭାଷଣ ଏବଂ ଅଙ୍ଗୀକାର -୨୦୨୫ ବା ସ୍ବଚ୍ଛତା ହିଁ ସେବା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ।ଏଥିରେ ମୁଖ୍ୟ ଅତିଥି ମାନ୍ୟବର ସଦର ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଅଙ୍ଗୀକାର -୨୦୨୫ ବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବେ ଅବତ।ରଣ। କରିବା ସହିତ ସହରାଞ୍ଚଳ ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାରେ ଯୋଗ୍ୟ ବିବେଚିତ ହିତାଧୀକାରୀ ଚିହ୍ନଟ କରି ତାଙ୍କୁ ସମସ୍ତ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇ ଥିଲେ।ଜଣେ ଯୋଗ୍ୟ ବିବେଚିତ ହିତାଧୀକାରୀ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥି ସହିତ ଯୋଗ୍ୟ ବିବେଚିତ ହିତାଧୀକାରୀ ସରକାରଙ୍କ ଯୋଜନାର ମୁକ୍ତ ବିଦ୍ୟୁତ୍ ସେବା,ସ୍ୱଚ୍ଛ ପାନୀୟ ଜଳ,ବ୍ୟାଙ୍କ ପକ୍ଷରୁ ସହଜ ସୁବିଧାରେ ଋଣ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀ ଗଣ ନିଜ ନିଜର ସୂଚନା ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଅବଗତ କରିଥିଲେ।ପରିଶେଷରେ ବାଲେଶ୍ଵର ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀମତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
