ସୋର ରେ ବିକାଶ ପୁରୁଷ ଜସ୍ବଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନ ପାଳିତ।
ସୋର :: (ନିପ୍ର ;ଭଞ୍ଜଦୂତ, ଜ୍ୟୋତିପ୍ରକାଶ) ସୋର ବ୍ଲକ କେଦାରପୁର ପଞ୍ଚାୟତ ବିଜେପି ତରଫରୁ ବିକାଶ ପୁରୁଷ , ନବ ଭାରତର ବିନ୍ଧାଣି ଯସ୍ଵଶୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ୭୫ ତମ ଜନ୍ମ ଦିନ ପାଳିତ ହୋଇଯାଇଛି।ଜନ୍ମ ଦିନ ଉପଲକ୍ଷେ ପଞ୍ଚାୟତ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ତରଫରୁ ମୋଦି ଜୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ,ସହିତ ତାଙ୍କର ଦୀର୍ଘ ସୁସ୍ଥ ସୁରକ୍ଷିତ ନିରାପଦ ନିରୋଗ ଜୀବନ କାମନା କରିଥିଲେ । ମୋଦୀ ଦେଇଥିବା ଆହ୍ଵାନରେ “ମା ପାଇଁ ଗଛଟିଏ”,*ପ୍ରକୃତି ଓ ପରିବେଶ ପାଇଁ ମୀତ୍ର ଟିଏ* କ୍ରମରେ ନୂଆ ହାଟ ଠାରୁ ମଣି ମନ୍ଦିର,ମଣି ମନ୍ଦିର ଠାରୁ ଉଛବପୁର ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ୭୫ ଟି ବୃକ୍ଷ ରୋପଣ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ମିହିର ପାଣି,ରମେଶ ଲେଙ୍କା,ମାୟାଧର ବେହେରା,ବସନ୍ତ ପାଣି, ନାଏବ ସରପଞ୍ଚ ବସନ୍ତ ବେହେରା, ୱାର୍ଡ ସଭ୍ୟ ଗଣେଶ ଜେନା,ପୂର୍ବତନ ସରପଂଚ ଅଭିମନ୍ୟୁ ଜେନା,ଲମ୍ବୋଦର ସାହୁ,ନରେନ୍ଦ୍ର ବାରିକ,ବିଜୟ ବେହେରା,ଶରତ ମହାନ୍ତି,ଅରୁଣ ନାୟକ,ରମାକାନ୍ତ ବିଶ୍ଵାଳ,ଗଦାଧର ପାତ୍ର,ହରିହର ନାୟକ,ବୃନ୍ଦାବନ ନାୟକ,ସୁବର୍ଣ୍ଣ ପାତ୍ର,ନିଶାକର ନାୟକ,ରୁଦ୍ର ନାୟକ,ପର୍ଶୁରାମ ନାୟକ,ଉମାକାନ୍ତ ନାୟକ, କୃଷ ଜେନା,ଶ୍ରୀଧର ବଳ,ସୁରେନ୍ଦ୍ର ନାୟକ,ମହେନ୍ଦ୍ର ବାରିକ,ଅଞ୍ଜନା ବାରିକ,ମିନହରି ଜେନା,କର୍ଣ୍ଣ ପତି,ଶଶିକାନ୍ତ ହୋତା,ଅରୁଣ ଜେନା,ଭାଗିରଥି ଜେନା,ବହୁ ମହିଳା କାର୍ଯ୍ୟକର୍ତ୍ତା ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
