ନୂଆପଡା ( ମିଖାଏଲ ନନ୍ଦ) : ମାଁ ପାଇଁ ଗଛ ଟିଏ। ଦେଶ ମାତୃକାର ସମ୍ମାନ ସହ ସ୍ବାଭିମାନ ନେଇ ଭାରତ ର ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ଏକ ଗଛ ଲଗାଇଲେ। ଫଳତି ବୃକ୍ଷାଣୀ, ନମ୍ରନ୍ତି ସଦା, ଆମେ ଉଭୟ ଦମ୍ପତି ଏକ ଆମ୍ବ ବୃକ୍ଷ ରୋପଣ କରିଅଛୁ। ଦେଶ ମାଁ ମାଟି ପାଇଁ ଏହି ବୃକ୍ଷ ସଦା ଏକାଧିକ କାର୍ଯ୍ୟ ସମ୍ପାଦନ କରିବ। ପରିବେଶ ସୁରକ୍ଷା, ଅମ୍ଳଜାନ ପ୍ରଦାନ ସାଙ୍ଗକୁ ଶୁଦ୍ଧ ବାୟୁ, ଫଳ ରାଜା ଆମ୍ବ ଏବଂ ଚ୍ଛାଈ ପ୍ରଦାନ କରି ଆଶ୍ରୟ ପ୍ରଦାନ କରିବ। ଏହା ଦ୍ବାରା ନିଶ୍ଚିତ ରୂପେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଏବଂ ବରିଷ୍ଠ ସାମ୍ବାଦିକ ତପନ ଦାଶ ବୃକ୍ଷ ରୋପଣ କରିଛନ୍ତି। କଲେଜ୍ ପରିସର ମଧ୍ୟରେ ଏହି ଆମ୍ବ ବୃକ୍ଷ ରୋପଣ କରିଅଛୁ। ସେହିପରି କଲେଜ୍ ପରିସର ରେ ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, ସ୍ବେଛାସେବୀ ରେବତୀ ନାଏକ ଏବଂ ସଂଜୟ ଦର୍ଜି ମଧ୍ୟ ଆମ୍ବ ଚାରା ରୋପଣ କରି ଜଣେ ଭାରତୀୟ ନାଗରିକ ରୁପ ନିଜ ପରିଚୟ ପ୍ରଦାନ କରିଛନ୍ତି। ନିଜେ ଲଗାଇଥିବା ବୃକ୍ଷ ଅନ୍ୟର କାର୍ଯ୍ୟରେ ଆସିବା ଚାରା ଲଗାଇବା ସଫଳ ହେବ ବୋଲି ପ୍ରକାଶ କରିଛନ୍ତି।
