ଯାଜପୁର (ସରୋଜ କୁମାର ଧଳ) : ଯାଜପୁର ସହରର ସୌନ୍ଦର୍ଯ୍ୟ କୁ କଳଙ୍କିତ କରି ସହର ଏବଂ ଆଖପାଖରେ ଥିବା ଲଜ ଏବଂ ଗେଷ୍ଟ ହାଉସ ଗୁଡିକରେ ଖୁଲମ ଖୁଲା ଦେହ ବ୍ୟବସାୟ ଚାଲିଛି ସହରବାସୀଙ୍କର ଏକମାତ୍ର ପ୍ରଶ୍ନ ପୁଲିସ କାହିଁକି ନିରବ ସାଜିଛି ସାଧାରଣରେ ଚର୍ଚ୍ଚା ହେଉଛି ନିୟମିତ ବଟିନେଇ ପୁଲିସ ନିରବ ସାଜିଛି | ଏହା ଫଳରେ କୁସୁମା ପର୍ଯ୍ୟଟକ କ୍ଷେତ୍ରକୁ ଆସୁଥିବା ଦେହ ବେପାରୀ ଏବଂ ଦଲାଲ ଙ୍କ ଭିଡ ଲଜ, ଗେଷ୍ଠ ହାଉସ ମାନଙ୍କରେ ବେଶ ଭିଡ ଜମୁଛି ଏହି ଅସତ କାରବାର ଯାଜପୁରକୁ କଳଙ୍କିତ କରୁଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ଦିନରାତି ସେହି ଲଜ ଏବଂ ଗେଷ୍ଟ ହାଉସରେ ଦେହଜିବୀ ମାନେ ରହୁଥିବା ସମସ୍ତଙ୍କୁ ଜଣା, କିନ୍ତୁ ପୁଲିସ ଘୋଗଡ଼ ନିଦ୍ରାରେ ସୋଇଛି ଯାଜପୁର ସହର ଉର୍ନତୀରେ ନୂଆ ନାମ ଲେଖିବାକୁ ଯାଉଥିବା ବେଳେ ପୁଲିସ ର ଏହି ନିଷ୍କ୍ରିୟତା ଯୁବ ପୀଡିଙ୍କୁ ପଥଭ୍ରଷ୍ଟ କରୁଛି | କଲେଜ ପଢୁଆ ପିଲାମାନେ ମଧ୍ୟ ଅସତ ପଥରେ ଯାଉଥିବାର ଅଭିଯୋଗ ଉଠୁଛି | ଯାଜପୁର ବୁଦ୍ଧିଜୀବୀ ମହଲରେ ଏହାକୁ ଘୋର ନିନ୍ଦା କରାଯାଉ ଥିବାବେଳେ | ଲଜ ଓ ଗେଷ୍ଟ ହାଉସରେ ଚଢ଼ାଉ କରି କିପରି ଦେହ ବେପାରକୁ ଦମନ କରାଯାଇ ପାରିବ ପୁଲିସ କଠୋର କାର୍ଯ୍ୟଅନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଛନ୍ତି ।
