ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଳକ ଅନ୍ତର୍ଗତ କେଦାରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁପ୍ରିୟା ଜେନା -୨୦୨୨ଫେବୃୟାରୀରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବାପରେ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବାରିକ୍ ଙ୍କ ବଳରେ ବଳିୟାନ ହୋଇ ତଥା ଏବେକାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାଥ ନାୟକଙ୍କ ସରଳତା, ଦାଇତ୍ୱହୀନତା ଓ ଅବହେଳାର ସୁଯୋଗ ନେଇ ବିଗତ ୨୧-୨୨ ଆର୍ଥିକ ବର୍ଷରୁ ୨୪- ୨୫ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଆସିଥିବା ସି ଏଫ୍ ସି , ଏସ ଏଫ ସି , ଅନଟାଏଡ ଫଣ୍ଡ ଓ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଅନ୍ତର୍ଗତ ଅର୍ଥକୁ ନିଜ ଇଚ୍ଛାରେ ପଞ୍ଚାୟତ କମିଟିର ବିନା ପରାମର୍ଶରେ, ବିନା ରିଯୋଲୁସନରେ ପ୍ରକଳ୍ପକୁ ବୈସଇକ ଓ ପ୍ରଶାସନିକ ଅନୁମୋଦନ କରାଇ , ବିଭାଗୀୟ କାର୍ଯ୍ୟ କରିବାର ସୁଯୋଗ ନେଇ ସବୁ କାମକୁ ନିଜ ସ୍ଵାମୀ , ପୁଅ, ଦେଢଶୁର, ଓ ପୁତୁରାଙ୍କ ଦ୍ଵାରା କିଛି କାମ ଅଧାପନ୍ତରିଆ, କିଛି କାମ ନିମ୍ନମାନର , କିଛି କାମ ଜମା ନକରି, ପୁରୁଣା କାମର ଫଟୋକୁ ଜିଓ ଟେଗ୍ କରି କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଭାବିତ ଓ ମୋଟା ଅଙ୍କର ପିସି ଦେଇ ମିଥ୍ୟା ବିଲି କରି ପାଖାପାଖି ୫୫ ରୁ ୬୦ ଲକ୍ଷ ଟଙ୍କା ହେରଫେର କରି ମାଲାମାଲ ହୋଇଛନ୍ତି।ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ କଲାବେଳେ ସୂଚନା ଫଳକ ନଲେଖି ଲୋକଙ୍କୁ ଅନ୍ଧାରରେ ରଖି ଏହିସବୁ ଜାଲିଆତି ସୂଚନା ଅଧିକାର ଆଇନ ବଳରେ ଜାଣିବା ପରେ,ପଞ୍ଚାୟତର ନାଏବ ସରପଞ୍ଚ,କେତେକ ୱାର୍ଡ ସଭ୍ୟ/ସଭ୍ୟା ଓ ପଞ୍ଚାୟତ ବାସୀ ସରପଞ୍ଚଙ୍କ ବିରୁଦ୍ଧରେ ତା ୫.୬.୨୫ ଓ ତା ୧୧.୬.୨୫ ରିଖରେ ଦୁଇଟି ପର୍ଯ୍ୟାୟରେ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ, ତା ୧୩.୬.୨୫ ରିଖରେ ଜିଲ୍ଲାପାଳ, ତା ୨୬.୬.୨୫ ରିଖରେ ସିଡିଓ ବାଲେଶ୍ୱରଙ୍କୁ ଦିଆଯାଇଥିଲା।ଜିଲ୍ଲାପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୧୬୬ ତା ୧୦.୭.୨୫ ଓ ସିଡିଓଙ୍କ କାର୍ଯ୍ୟାଳୟ ପତ୍ର ସାଂଖ୍ୟ ୨୩୮୫ ତା ୧୫.୭.୨୫ ଓ ଅତିରିକ୍ତ ସଚିବ, ପଞ୍ଚାୟତରାଜଙ୍କ ପତ୍ର ସଂଖ୍ୟା ୨୨୭୫୪ ତା ୧୯.୮.୨୫ ରେ ବିଡ଼ିଓ ସୋରୋଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ପତ୍ର ଆସିଅଛି।ମାତ୍ର ବିଡ଼ିଓ ଅଦ୍ୟାବଧି ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଚୁପ୍ ବସିଛନ୍ତି।ପୁନଶ୍ଚ ଅଭିଯୋଗକାରୀ ତା ୨.୯.୨୫ ରିଖ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାରୁ ନିଜେ ସିଡିଓ ବିଡ଼ିଓଙ୍କୁ ଟେଲିଫୋନରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଅନୁରୋଧ କରିଥିଲେ।ମାତ୍ର ବିଡ଼ିଓ ଅଦ୍ୟାବଧି ୧୫ ଦିନ ବିତିଯାଈ ଥିଲେ ବି ତଦନ୍ତର ନାଆ ନେଉ ନାହାନ୍ତି।ତେଣୁ ସାଧାରଣରେ ବିଡ଼ିଓଙ୍କ କାର୍ଯ୍ୟକୁ ସନ୍ଦେହ କରାଯିବା ସହିତ ତୁରନ୍ତ ଜିଲ୍ଲାପାଳ ଓ ସିଡିଓ ଜିଲ୍ଲାର କୌଣସି ଅଧିକାରୀଙ୍କ ଦ୍ଵାରା ସ୍ୱୋଛ ଓ ନିରେପେକ୍ଷ ତଦନ୍ତ କରି ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ ବାସୀ ଦାବୀ କରିଛନ୍ତି।
