ସୋର/ ବାହାନଗା(ଜ୍ୟୋତି ପ୍ରକାଶ ଦୀକ୍ଷିତ): ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର କୋଠରୀରୁ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନା ମୁତାବକ ମୃତ ଯୁବତୀ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ସାନ ଝିଅ ସୁଶ୍ରୀ ସଙ୍ଗୀତା (୨୬)ବୋଲି ଜଣା ପଡିଛି। ଆଜି ସକାଳୁ ୧୦ ଘଟିକା ସମୟରେ ଘରେ ମାଙ୍କ ଠାରୁ ୫ ଶହ ଟଙ୍କା ନେଇ ବାରିକପୁର ହାଟକୁ ଯିବେ ବୋଲି କହି ନିଜ ସ୍କୁଟି ଯୋଗେ ଘରୁ ବାହାରି ଆସିଥିଲେ। କିନ୍ତୁ ସୁଶ୍ରୀ ଘରକୁ ଫେରିବାର ବିଳମ୍ବ ହେବାରୁ ସୁଶ୍ରୀ ମୋବାଇଲକୁ ପରିବାର ତରଫରୁ ବାରମ୍ବାର ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ବାରିକପୁର ହାଟକୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ । ଜାତୀୟ ରାଜପଥ ପାର୍ଶ୍ୱରେ ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ସ୍କୁଟି ଛିଡା ହୋଇଥିବାର ଦେଖିବାକୁ ପାଇଥିଲେ। ମନ୍ଦିର ଉପର ମହଲା କୁ ଆସି ଦେଖନ୍ତି ବନ୍ଦ କୋଠରୀ ଭିତରେ ବେକରେ ଗାମୁଛା ଗୋଡ଼ାଇ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେରେ ଦେଖିବାକୁ ମିଳିଥିଲା। ପରିବାର ଲୋକେ ଏହା ଜାଣିପାରି ୧୧୨ ସହାୟତା ନମ୍ୱରରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ସୋର ପୋଲିସ ପହଂଚି ଛାନଭିନ୍ କରିବା ସହିତ ପରିବାର ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ଅଧିକ ତଦନ୍ତ ଚଳାଇବା ସହିତ ସାଇଣ୍ଟିଫିକ ଟିମକୁ ଡକାଇ ଅଧିକ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।
