କୋରାପୁଟ (ପ୍ରଶାନ୍ତ ଟାକ୍ରୀ) : କୋରାପୁଟ ସାଇବର ପୁଲିସ ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଅନୁଗୁଳରୁ ଗିରଫ । କୋରାପୁଟ ସାଇବର ପୁଲିସ୍ ପକ୍ଷରୁ ଗିରଫ କରା ଯାଇଥିବା ପୁଲିସ୍ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅମ୍ବିତ କୁମାର ମହାନ୍ତି।ଗିରଫ ଅଭିଯୁକ୍ତ ସେମିଳିଗୁଡାର ଉପେନ୍ଦ୍ର ମହାନ୍ତି ବୋଲି ସୂଚନା ଦେଇଛି ପୁଲିସ । ଗିରଫ ଅଭିଯୁକ୍ତ ଉପେନ୍ଦ୍ର ସେମିଳିଗୁଡା ଓ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ଘର ତିଆରି କରିଦେବା ଓ କେତେକଙ୍କୁ ସିମେଣ୍ଟ, ଲୁହା ଛଡ଼ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଯୋଗାଇ ଦେବାକୁ କହି ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ୪୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅନୁଗୁଳରୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ ଲାପଟପ୍ ସହ ମୋବାଇଲ୍ ଓ ୫ଟି ବିଭିନ୍ନ ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡ ଜବତ୍ କରିଛି ପୁଲିସ। – ଅମ୍ବିତ କୁମାର ମହାନ୍ତି, ଅତିରିକ୍ତ ଏସପି ।
