*ନୂଆପଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୨୬୦ ଟି ଗ୍ରାମରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ*
ନୂଆପଡା (ମିଖାଏଲ ନନ୍ଦ)
ତା ୦୨.୦୯.
ନୂଆପଡ଼ା ଜିଲ୍ଳା ର ଆଦିବାସୀମାନଙ୍କ
ସର୍ବବିଧ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ “ଆଦି କର୍ମଯୋଗୀ lଅଭିଯାନ” ନୂଆପଡା ଜିଲ୍ଲାରେ ଅତିଶିଘ୍ର ଆରମ୍ଭ ହେବାକୁ ଯାଉଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ଦିଶା ନିର୍ଦ୍ଦେଶ ବୈଠକ ଅନୁଷ୍ଠିତ ହେଇଥିଲା l ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍ , ସମସ୍ତ ବିଡ଼ିଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଆଦି କର୍ମଯୋଗୀ ଅଭିଯାନ ହେଉଛି ଏକ ବିକେନ୍ଦ୍ରୀକୃତ ଆଦିବାସୀ ନେତୃତ୍ୱ ଏବଂ ଶାସନ ପରିସଂସ୍ଥା ଗଠନ ପାଇଁ ଏକ ଜାତୀୟ ଆନ୍ଦୋଳନ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ l ଏହା କ୍ଷମତା ନିର୍ମାଣ, ବିକେନ୍ଦ୍ରୀ କରଣ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣ ମାଧ୍ୟମରେ ଦେଶର ୫୫୦ ଆଦିବାସୀ ବହୁଳ ଜିଲ୍ଲାର 1 ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦିବାସୀ ପରିବର୍ତ୍ତନକାରୀଙ୍କୁ ସଶକ୍ତ କରିବା ପାଇଁ ଅଭିପ୍ରେତ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ର ଯୋଜନା।
