
ସୋର…… ଉଦୟ ନାରୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୫୫ ତମ ବାର୍ଷିକ ଉତ୍ସବ ଏବଂ ପୁରଷ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଯୋଗ ଦେଇ ଉଦ୍ ଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଜାମ୍ବେଶ୍ୱର ମହା ବିଦ୍ୟାଳୟ ର ଗଣିତ ଅଧ୍ୟାପକ ଶ୍ରୀ ମନୀନ୍ଦ୍ର ଦୀକ୍ଷିତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଜିଲ୍ଲାପରିଷଦ ଜୟରାମ ଦାସ , ସୋର ବ୍ଲକ ଶିକ୍ଷା ଅଧିକାରୀ ସୋମନାଥ ଦାସ, ସ୍ଥାନୀୟ ସରପଞ୍ଚ ଅଶ୍ୱନୀ ପଟ୍ଟନାୟକ, ସମିତସଭ୍ୟ ଅଶୋକ ନାୟକ, ଶିରାପୁର କ୍ଲଷ୍ଟର ର ସି ଆର୍ ସିସି କମଳାକାନ୍ତ ସେଠୀ, ପୁରାତନ ଛାତ୍ର ତଥା ଶିକ୍ଷାବିତ୍ ଯଦୁନାଥ ଦୀକ୍ଷିତ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କାଞ୍ଚନବାଳା ପଣ୍ଡା, ପୁରାତନ ଛାତ୍ର ଅବିନାଶ ବେଜ ପ୍ରମୁଖ ଯୋଗ ଦେଇ ଥିଲେ। ସମସ୍ତ ଅତିଥି ନିଜ ବିଦ୍ୟାଳୟ କୁ ଶିକ୍ଷା ର ଏନ୍ତୁଡିଶାଳ ସମେତ ମୋବାଇଲ ଓ ନିଶା ଠାରୁ ଦୂରେଇ ରହିବା ପାଇଁ କହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ ରେ ସାଫଲ୍ୟ ମଣ୍ଡିତ କରିଥିଲେ। ଜ୍ୟୋତି ପ୍ରକାଶ ଦୀକ୍ଷିତ, ପ୍ରବୀର ପୋଇ, ମାନସ ଜେନା, ତପନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।। ମମତା ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ