କୋଟପାଡ଼ (ଅଶ୍ଵିନୀ ପଟ୍ଟନାୟକ) : ଆଜି କୋଟପାଡ଼ ତେଲୁଗୁ ସମାଜ ପକ୍ଷରୁ ସ୍ମଶାନ ଜାଗା ଚି଼ହ୍ନଟ ପାଇଁ କୋଟପାଡ଼ ତହସିଲଦାର ଟ୍ୟୁଙ୍କଲ ସେଠୀ ଓ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲେଶ ମହାନ୍ତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ,ସୂଚନା ଥାଉକି କୋଟପାଡ଼ ତେଲୁଗୁ ସମାଜ ପକ୍ଷରୁ ଆଜି ତହସିଲଦାର ଟ୍ୟୁଙ୍କଲ ସେଠୀଙ୍କୁ ସ୍ମଶାନ ଜମିର ଚିହ୍ନଟ ପାଇଁ ଦାବୀ ପତ୍ର ଦେବା ସଙ୍ଗେ ସଙ୍ଗେ ଅମିନ ଓ ଆର ଆଇଙ୍କୁ ଜମି ଚି଼ହ୍ନଟ ଓ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ,ଯାହାକି ବିଗତ ୪0ବର୍ଷ ଭିତରେ ପ୍ରଥମ ଥର ପାଇଁ ଶୀଘ୍ର ପଦକ୍ଷେପ ନିଆଯାଇଛି ବୋଲି ତେଲୁଗୁ ସମାଜ ସଦସ୍ୟ ମାନେ ପ୍ରକାଶ କରିବା ସହିତ ଟ୍ୟୁଙ୍କଲ ସେଠୀଙ୍କୁ ଭୁୟସୀ ପ୍ରଶଂସା କରିଥିଲେ, ସେହିପରି
ଇଓ କମଲେଶ ମହାନ୍ତ ମଧ୍ୟ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଉପସ୍ଥିତ ରହି ତେଲୁଗୁ ସମାଜ ସଦସ୍ୟ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିବାରୁ ଇଓ ଙ୍କୁ ମଧ୍ୟ ପ୍ରଶଂସା କରିଥିବାର ଦେଖିବାକୁମିଳିଥିଲା,ଆଗାମୀ ଦିନରେ ଅତି ଶୀଘ୍ର ଉକ୍ତ ସ୍ମଶାନ ଜମି ଚିହଁଟ ପରେ ପାଚେରୀ ନିର୍ମାଣ ସହିତ ତେଲୁଗୁ ସମାଜର ଜମି ସୁରକ୍ଷିତ ରହିବ ବୋଲି ଉପରସ୍ତ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ଏବଂ ଅବରଧ ଜାଗା ଗୁଡିକ ତେଲୁଗୁ ସମାଜ କମିଟିଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଥିଲେ |
