ନୂଆପଡା ( ମିଖାଏଲ ନନ୍ଦ) :ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ କୁ ସଂଯୋଗ କରୁଥିବା ପାହାଡି ସଡକ ବର୍ଷା ଧୋଇ କଂକ୍ରିଟ ତଳେ ରେ ଖୋଲ ସୃଷ୍ଟି ହୋଇଅଛି। , ମରାମତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଗାର୍ଡ ୱାଲ୍ ନିର୍ମାଣ ହେଲେ ପରବର୍ତ୍ତୀ ସମୟ ରେ ସଡ଼କ ସୁରକ୍ଷା ହେବ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପାଣ୍ଠି ରେ ୩୦ କୋଟି ଆର୍ଥିକ ବ୍ୟୟ ଅଟକଳରେ ୧୫ କିଲୋମିଟର ସଡ଼କ ନିର୍ମାଣ ହୋଇଅଛି। ନିର୍ମାଣ କାର୍ଯ୍ୟ ଉନ୍ନତ ମାନହୋଇ କଂକ୍ରିଟ ସ୍ଥିତି ଠିକ୍ ଥିବା ବେଳେ କଂକ୍ରିଟ ତଳି ମାଟି ଧସିଯାଇଅଛି। ତେଣୁ ଆବଶ୍ୟକ ଗାର୍ଡ ୱାଲ୍ ନିର୍ମାଣ କରି ମାଟି ଫିଲିଂଙ୍ଗ କଲେ ସଡ଼କ ଦୀର୍ଘ ସ୍ଥାୟୀ ହେବ ବୋଲି ଅଞ୍ଚଳ ରେ ପ୍ରକାଶ କରିଛନ୍ତି। ଚେରେଚୁଆଁ ଠାରୁ ଜାମଗାଁ ମଧ୍ୟରେ ବର୍ଷା ଜଳ କଂକ୍ରିଟ ତଳୁ ପଥୁରିଆ ମାଟି କୁ ଧୋଇ ନେଇଛି। ମରାମତି କାମ ଆରମ୍ଭ ହୋଇଥିବା ବେଳେ ମାଟି ଫିଲିଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
