ରାସ୍ତାର ମରାମତି ପାଇଁ ଫେରୋକ୍ରମ ଅଧିକାରୀଙ୍କ ନିକଟରେ ଦାବିପତ୍ର ।
ଯାଜପୁର /କୋରେଇ: (ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ ଭଞ୍ଜଦୂତ
ବ୍ୟାସନଗର ସ୍ତିତ ଧବଳଗିରି ଛକ ଠାରୁ ଫେରୋକ୍ରମ ପ୍ଲାଣ୍ଟ ପର୍ଯ୍ୟନ୍ତ ରାସ୍ତାର ଅ ବସ୍ଥା ସଙ୍କଟାପନ୍ନ ହୋଇରହିଛି ,ଯାହାଦ୍ଵାରା ଛୋଟ ଗାଡ଼ି ଚଲାଚଳିରେ ବ୍ୟାଧକ ସୃଷ୍ଟି ହୋଇଅଛି। ଫୈରୋକ୍ରମ ପ୍ଲାଣ୍ଟକୁ ଆସୁଥିବା ଭାରିଜାନ ଟ୍ରକ ଯୋଗୁଁ ରାସ୍ତା ସଂପୁର୍ଣ୍ଣ ରୁପେ ସଙ୍କଟ ପୁର୍ଣ୍ଣ ହୋଇପଡିଛି ହେଲେ ଏଥିପ୍ରତି କୈାଣସି ଧ୍ୟାନ ଦେଉନାହାନ୍ତି ଫେରୋକ୍ରମ ପ୍ଲାଣ୍ଟର ଅଧିକାରି ଗଣ।ଏହି ରାସ୍ତା ଦେଇ ସଂପୁର୍ଣ୍ଣ ଭାବେ ୧,୨,୩,୪,୫ୱାର୍ଡ ର ସମସ୍ତ ଲୋକେ ନିର୍ଭର କରୁଥିବାରୁ ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବା ଆସିବା କରିଵା କଷ୍ଟସାଧ୍ୟ ହୋଇଥିଵାରୁ ଆଜି ୫ଗୋଟି ୱାର୍ଡର ପରିଷଦ ମାନେ ଏକତ୍ରିତ ହୋଇ ନିଜ ଏରିଆରେ ରାସ୍ତାର କିପରି ମରାମତି ହୋଇପାରିଵ ସେଥିପାଇଁ ଫୈରୋକ୍ରମ ପ୍ଲାଣ୍ଟର ମ୍ୟାନେଜମେଣ୍ଟ କୁ ଦାବିପତ୍ର ଦେଇଥିବାର ଦେଖିବାକୁ ମିଳିଛି ।୫ଗୋଟି ୱାର୍ଡ ତଥା ୧୦ ହଜାର ଲୋକେ ଏହି ରାସ୍ତାରେ ଯାତାୟତ କରନ୍ତି ।ଏହି ରାସ୍ତା ଏପରି ପରିସ୍ଥିତିରେ ଅଛି ଯାହାକି ଗାଡ଼ି ତ ଦୁରର କଥା ପାଦଚଲା ପାଇଁ ମଧ୍ୟ ବ୍ୟଵହାର ଯୋଗ୍ୟ ନୁହେଁ ଯଥାଶୀଘ୍ର ଏହି ରାସ୍ତା ଉପରେ ପଦକ୍ଷେପ ନେଇ ଅଚଳ ରାସ୍ତାକୁ ମରାମତି କରି କିପରି ଚଳାଚଳି ନିମନ୍ତେ ଉପଯୋଗୀ କରାଇ ପରମୁହୁର୍ତ୍ତରେ ନଵିକରଣ ନ କରନ୍ତି ତାହାହେଲେ ଆପଣଙ୍କ ଅଫିସ୍ ସାମ୍ନାରେ ଧାରଣା ଦେବାକୁ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ୱାର୍ଡବାସୀ ସମେତ ପରିଷଦ ଵୃନ୍ଦ।
