ବିଜୁ ଜନତା ଦଳର ବ୍ଲକସ୍ତରୀୟ ବନ୍ଧୁ ମିଳନ ଓ ନବ ନିଯୁକ୍ତ ବ୍ଲକ ସଭାପତିଙ୍କୁ ସମ୍ୱର୍ଦ୍ଧନା
———————————
ସାରସକଣା,ଜାମଶଳା(ନି.ପ୍ର):ଅନିଲ କୁମାର ସାହୁ
ସାରସକଣା ବ୍ଲକ ଝାରପୋଖରିଆ (ବାଲିଆସାହି) ଶିବପାର୍ବତୀ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ ବନ୍ଧୁ ମିଳନ ଓ ନବ ନିଯୁକ୍ତ ବ୍ଲକ ସଭାପତିଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ ଉତ୍ସବ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକର ନୂତନ ସଭାପତି ମଣି ଶଙ୍କର ବାରିକଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ,ଜିଲ୍ଲା ସଭାପତି ଡ.ଦେବାଶିଷ ମାରାଣ୍ଡି, ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି,କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି,ଦଳର ପୂର୍ବତନ ବ୍ଲକ ସଭାପତି ସମୀର ବେହେରା,ଯୁବ ସଭାପତି ରାଧାକୃଷ୍ଣ ହାଁସଦା,ଛାତ୍ର ନେତା ଚନ୍ଦ୍ର ଶେଖର ସାହୁ,ମହିଳା ସଭାପତି ମୋନାଲି ସାହୁ,ଯୁବ ନେତା ସ୍ବାଗତ ପଟ୍ଟନାୟକଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରି ଦେଇ ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସଭା କାର୍ଯ୍ୟକୁ ଦଳର ବରିଷ୍ଠ ନେତା ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର ପରିଚାଳନା କରିଥିଲେ।ସଭାରେ ଶତାଧିକ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଉପସ୍ଥିତ ଥିବା ସହିତ ପ୍ରତ୍ୟେକ ପଞ୍ଚାୟତ ସଭାପତି ଏବଂ ସକ୍ରିୟ କର୍ମୀ ଅଜୟ ମଣ୍ଡଳ,ଅନିଲ କୁମାର ସାହୁ,ହରେକୃଷ୍ଣ ଦାସ,ବରିଷ୍ଠ ନେତା କ୍ଷେତ୍ରମୋହନ ବେହେରା, ବିଶିକେଶନ ଗିରି,ଜଗନ୍ନାଥ ମୁର୍ମୁ, ରୁପମ ମଣ୍ଡଳ,ଯୁବନେତା ଦୀପକ ମଢ଼ଆଲ,ଲିପୁ ନାଏକ ଆଦି ଉପସ୍ଥିତ ଥିଲେ।।ଭଞ୍ଜ ଦୂତ ଖବର।।
