ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକକୁ ନୂଆ ଏନ ଏ ସି ତାଲିକାରୁ ବାଦ ଦିଆ ଯାଇଥିବା ପ୍ରତିବାଦ ରେ ଆଜି ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ 8 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନୂତନ ଏନ ଏ ସି ଗଠନ ନେଇ ସମସ୍ତ ଆବଶ୍ଯକୀୟ ଭିତ୍ତିଭୂମି ଥାଇ ମଧ୍ଯ ନୂଆ ସରକାର ଙ୍କ ଦ୍ବାରା ଘୋଷିତ ହୋଇଥିବା ନୂତନ ଏନ ଏ ସି ତାଲିକାରୁ ବାଦ ପଡିଛି ବାଲିଆପାଳ। ଦୀର୍ଘ ବର୍ଷ ଧରି ବାଲିଆପାଳ କୁ ଏନ ଏ ସି ଘୋଷଣା ନେଇ ଜନ ଆନ୍ଦୋଳନ ଏବଂ ଦାବି ହୋଇ ଆସୁଥିବା ବେଳେ 2024 ମସିହା ରେ ତତକାଳୀନ ବିଜେଡି ସରକାର ବାଲିଆପାଳ କୁ ଏନ ଏ ସି ଘୋଷଣା କରି ଥିଲେ, ମାତ୍ର ନୂଆ ସରକାର ରାଜ୍ଯ ରେ 12 ଟି ନୂତନ ଏନ ଏ ସି ଘୋଷଣା କରିଥିବା ବେଳେ ସେଥିରୁ ବାଲିଆପାଳ ବାଦ ପଡିଛି, ଯାହାକୁ ନେଇ ଆଜି ସ୍ବାଭିମାନୀ ବାଲିଆପାଳିଆ ମଞ୍ଚ ପକ୍ଷରୁ 8 ଘଣ୍ଟିଆ ବାଲିଆପାଳ ବନ୍ଦ ଡାକାରା ଦିଆ ଯାଇଛି, ଅତ୍ଯାବଶକୀୟ ସାମଗ୍ରୀ କୁ ଛାଡି ସମସ୍ତ ଦୋକାନ ବଜାର ଏବଂ ସରକାରୀ ବେସରକାରୀ କାର୍ଯ୍ଯାଳୟ ବନ୍ଦ ରହିଛି, ଏନେଇ ଅଧିକ ସୂଚନା ଦେଉଛନ୍ତି ।
