ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ଭାଲୁକୋନା ଗ୍ରାମ ରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ, ତିନି ଅଭିଯୁକ୍ତ ଗିରଫ, ବିପୁଳ ବିଦ୍ୟୁତ୍ କରେଣ୍ଟ ରେ ବନ୍ୟପ୍ରାଣୀ ହତ୍ୟା ଉପକରଣ ଜବତ୍ ହୋଇଅଛି। ଆଜି ଖଡିଆଳ ବନ୍ ଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଶେଷ ସୂଚନା ଦେଇଛନ୍ତି।ବିପୁଳ ପରିମାଣରେ ୨୨.୧ ମିଟର ବିଦ୍ୟୁତ୍ ତାର, ୪.୪୨ କେଜି ର ବାଇଣ୍ଡିଙ୍ଗ ତାର, ଯାହା କି ବନ୍ୟପ୍ରାଣୀ ଙ୍କୁ କରେଣ୍ଟ ଦେଇ ହତ୍ୟା କରିବା ରେ ବ୍ୟବହାର ହୋଇଥାଏ । ତିନି ଅଭିଯୁକ୍ତ ସୋମନାଥ ସାହୁ,(୫୦) ମାଧବ ମାଝୀ (୨୫) ଚାମର ମାଝୀ ୨
୩୦ ବର୍ଷ, ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜନସାଧାରଣ ଙ୍କୁ ବିଶେଷ ଅନୁରୋଧ ଯେ ବନ୍ୟ ପ୍ରାଣୀଙ୍କୁ ହତ୍ୟା ନ କରି ତାଙ୍କ ବଂଶ ବୃଦ୍ଧି ହେବା ଦ୍ବାରା ପରିବେଶ ସନ୍ତୁଳନ ହେବା ସହ ସମସ୍ତଙ୍କ ବଞ୍ଚିବା ଅଧିକାର ସାଧିତ ହେବ।
