ହରଭଙ୍ଗା (କୃଷ୍ଣ ଚନ୍ଦ୍ର ସିଂହ) : ସମ୍ପ୍ରତି ରାଜ୍ୟ ଗଣଶିକ୍ଷା ବିଭାଗ ର ଚିଠି ନଂ -21143 ତା 01:8:2025 ମୁତାବକ ରାଜ୍ୟରେ ଅନୁଦାନ ପ୍ରାପ୍ତ ବ୍ଲକଗ୍ରାଣ୍ଡ ବିଦ୍ୟାଳୟ ମାନଙ୍କରେ ଗେଷ୍ଟ ଟିଚର (ଅତିଥି ଶିକ୍ଷକ)ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ନିର୍ଦ୍ଧେଶନାମା ପ୍ରକାଶ ପାଇଛି।ମାତ୍ର ଛତ୍ରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଅନ୍ୟୁନ 150 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ସେଠାରେ ଦୀର୍ଘ 10/15ହେବ ବିଜ୍ଞାନ ଶିକ୍ଷକ(PCM) ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କ ରେ ବିଦ୍ୟାଳୟ କମିଟି ବାରମ୍ବାର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ତେଣୁ ରାଜ୍ୟ ସରକାର ଙ୍କ ଦ୍ୱାରା ନିଯୁକ୍ତି ପାଇବାକୁ ଯାଉଥିବା ଅତିଥି ଶିକ୍ଷକ ମାନଙ୍କ ମଧ୍ୟରୁ ଏକ ବିଜ୍ଞାନ ଶିକ୍ଷକ(PCM) କୁ ନିଯୁକ୍ତି ଦେବା ପାଇଁ ସ୍ଥାନୀୟ ଜନସାଧାରଣ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ପୁରୁଣା ଛାତ୍ରସଂଗଠନ ଇତ୍ୟାଦି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।
