ଏସ କେ ଅନରୁଲ ହକ ଏସ ଆଇ ଭାବେ ଦାୟିତ୍ଵ ଗ୍ରହଣ।
ବିଂଝାରପୁର ଭଞ୍ଜଦୂତ (ସ୍ମୃତିରେଖା ମଲ୍ଲିକ) : ବିଂଝାରପୁର ବ୍ଲକ ସୟଦପୁର ପଞ୍ଚାୟତର ସାରା ରାଜ୍ୟର ,ଏକ ମାତ୍ର ଅନୁଷ୍ଠାନ ଯେଉଁ ଠାରେ ଶିଶୁବାଟିକା ଠାରୁ ପିଜି ପର୍ଯ୍ୟନ୍ତ ଏହି ଠାରେ ଅଧ୍ୟୟନ କରନ୍ତି। ଏହି ପଞ୍ଚାୟତ ଅଧିନ ଜୁନିୟର ଏବଂ ସିନିୟର ମଦ୍ରଷାର ଭାରାପ୍ରାପ୍ତ ଅଧକ୍ଷ ଏସ କେ ଅନୁରୁଲ ହକ୍ ସାରା ରାଜ୍ୟର ଉର୍ଦ୍ଦୁ ବୋର୍ଡର ସ୍ପେସିଆଲ ଇନଷ୍ପେଟିଙ୍କ ଅଫିସର ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ଏ ଦାୟିତ୍ବ ମିଳିବା ପରେ ସମଗ୍ର ବିଂଝାରପୁର ଅଞ୍ଚଳରେ ଖୁସିରେ ଲହରୀ ଖେଳିଯାଇଛି। ଏହି ଉପଲକ୍ଷେ ବରୁଣେଶ୍ବର ଆଞ୍ଚଳିକ ସାଧନ କେନ୍ଦ୍ରର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଦ୍ୟାସାଗର ବେହେରାଙ୍କ ତତ୍ବାବଧାନରେ ପରିଚାଳିତ ହେଉଥିଲା। ବରୁଣେଶ୍ବର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିପିନ ବିହାରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବଳରାମ ପତି, ଯୋଗଦେଇ ଶ୍ରୀଯୁକ୍ତ ହକ୍ ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ବାବୁଗୋସ୍ବାମି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହବିବୁଲ ମୋହିନି, ଗୌଡସାଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁକାନ୍ତୀ ମିଶ୍ର, ଧନେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶମ୍ଭୁନାଥ ମଲ୍ଲିକ,ସଙ୍ଗୀତ ନିର୍ଦ୍ଦେଶକ ମାଧବାନନ୍ଦ ଦାସ, ସୌଦାମିନୀ ଯେନା, ଏସ କେ ସମିମ, ଅରୁପାନନ୍ଦ ମହାନ୍ତି, ବୃନ୍ଦାବନ ଯେନା, ମୋନାଲିସା ସାମଲ,କବିତା ସାହୁ,ସସ୍ମିତା ସାହୁ, ସେକ ସହିଉଦ୍ଦିନ ଅକତର, ଅବଦୁଲ ଆଲାମ ଖାନ, ଅବଦୁଲ ମୁକ୍ତାଦିର, ଆଶାଦୂଲା ଖାନ, ଆଦି ସହଯୋଗ କରିଥିଲେ।
