ଯାଜପୁର (ସରୋଜ କୁମାର ଧଳ) : ଚାଷୀ ଙ୍କ ପାଇଁ ଖୁସି ଖବର । ପଞ୍ଜୀକରଣ ପାଇଁ ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ଏଣିକି ସେଲ୍ଫ ଡିକ୍ଲାରେସନ ବା ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀ ପଞ୍ଜୀକରଣ । ଏଥିପାଇଁ ଯୋଗାଣ ବିଭାଗ ତରଫରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ଯୋଗାଣ ବିଭାଗ । ବଂଶାନୁକ୍ରମିକ ପ୍ରମାଣପତ୍ର ବାଧ୍ୟତାମୂଳକ ଥିବାରୁ ଚାଷୀ ପଞ୍ଜୀକରଣରେ ଅନେକ ସମସ୍ୟା ଭୋଗୁଥିଲେ ।ଚାଷୀ ଯେପରି ନିଜ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି ତାହାକୁ ଦୃଷ୍ଟିରେ ସରକାର ନିଜସ୍ବ ଘୋଷଣାନାମାରେ ପଞ୍ଜୀକରଣକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ପୂର୍ବରୁ ରାଜ୍ୟରେ ଖରିଫ୍ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ରହିଥିବା ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର କରିଛନ୍ତି ।
