
ନାବାଳିକା ଝିଆରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ ପିଉସା, ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା।
ବସ୍ତା:- (ନି ପ୍ର)
୧୩ ବର୍ଷ ର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସମ୍ପର୍କୀୟ ପିଉଶା, ପିଉସା ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମର ଘଟଣା, ଅଭିଯୁକ୍ତ ପିଉସା କୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପିଡୀତା ଙ୍କ ପରିବାର ଲୋକେ, ଖବର ପାଇ ଘଟଣା ସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି ଥାନା କୁ ନେଇଛି, ସୂଚନା ଅନୁଯାୟୀ ଭାନୁପୁର ଗ୍ରାମର ଅନ୍ତର୍ଯ୍ଯାମୀ ହଟାଇ ଙ୍କ 13 ବର୍ଷ ର ନାବାଳିକା ଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ମାଙ୍କଡ ଘଉଡାଇବା ବାହାନା ରେ ପୂର୍ବରୁ ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲା, ଏକଥା କାହା ଆଗରେ କହିଲେ ଜୀବନ ରୁ ମାରି ଦେବାର ଧମକ ଦେଇଥିଲା ଅଭିଯୁକ୍ତ ପିଉଶା, ଝିଅ ର ଶରୀର ଅସୁସ୍ଥ ହେବା ରୁ ଘଟଣା ଜଣା ପଡିବା ପରେ ପିଡୀତା ଙ୍କ ପରିବାର ନାବାଳିକା ର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣା ପଡିଥିଲା।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ