
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ଆଜି ୧୬ ତମ ରାଜା ଅନୁପସିଂ ଦେଓ ମୋମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ପୂର୍ବତନ ଫୁଟବଲ ଖେଳାଳୀ ତଥା ପୂର୍ବତନ ରେଫ୍ରୀ ଶ୍ରୀ ମଶି ଚରଣ ନାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିନ ର ମ୍ୟାଚ ବଲାଙ୍ଗୀର ଷ୍ଟାର ଓ କଣ୍ଟାବାଞ୍ଜି ରେଲୱେ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ରେଲୱେ ଦଳ ୩-୨ ଗୋଲରେ ବିଜୟୀ ହୋଇ ପ୍ରଥମ ସେମି ଫାଇନାଲ ରେ ପ୍ରବେଶ। ତାପସ ପତି, ନୀଲୁ ଭୋଇ ଓ କ୍ଷିରୋଦ ଭୋଇ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର ଓ ଧନଞ୍ଜୟ ମଲ୍ଲିକ ଖେଳ ଧାରାବିବରଣି ପ୍ରଦାନ କରିଥିଲେ । ସେହିଭଳି ଅନୁପସିଂ ଦେଓ ମେମୋରିଅଲ ଟ୍ରଷ୍ଟ ସଭାପତି ଅଙ୍କିତ ସିଂଦେଓ, ସମ୍ପାଦକ ଟୁନା ନାଏକ, ପ୍ରଭୁଦେବ ଗଉଡ , ଝିନ୍ତୁ ମହାପାତ୍ର, ଆକିବ ରାଜା, ଦେବ ପ୍ରଧାନ, ତପନ ପାତ୍ର,ବିବେକାନନ୍ଦ ପୋଡ, ଆରିଫ ମହମ୍ମଦ, ପ୍ରଶାନ୍ତ ପ୍ଟନାୟକ ପ୍ରମୁଖ ସହଯୋଗ କରିଥଲେ।