
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକର ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ର ସଂକଳ୍ପ ନେଇ ଥିବା ବେଳେ ଜନ ଜାଗରଣ ସୃଷ୍ଟି କରି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକର ସମ୍ପାଦିକା ନିଭନିତା ଦାସ ଯୋଗ ଦେଇ, ମନରେ ଦୃଢ଼ ସଂକଳ୍ପ ଏବଂ ଇଚ୍ଛା ଶକ୍ତି ଦ୍ଵାରା ସବୁ କାର୍ଯ୍ୟ ସମ୍ଭବ ଅଟେ ବୋଲି ଆହ୍ବାନ କରିଛନ୍ତି। ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇ ୩ କୁଇଣ୍ଟାଲ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ସଚେତନ କାର୍ଯ୍ୟକ୍ରମ ଏକ ଅଭିଯାନ ରେ ପରିଣତ ହେବାକୁ ଯାଇଅଛି। ଜିଲ୍ଲା ର ବିଭିନ୍ନ ସାଧନାରେ ଏକ ହଜାର ରୁ ଉର୍ଦ୍ଧ କାର୍ଯ୍ୟ ହୋଇଥିବା ବେଳେ ବର୍ଜ୍ୟବସ୍ତୁ ଅଳିଆ ଆବର୍ଜନା ଗଦା ରୁ ଆବର୍ଜନା ସଂଗ୍ରହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଡ଼ିଓ ନରସିଂହ ଗଡବା, ସ୍ବଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ, ଆଇନଜୀବୀ ଆଲୋକ ତିୱାରୀ, ପୂର୍ବତନ ୱାର୍ଡ ସଭ୍ୟା ସୁଷମା ବିଶକର୍ମା, ଯଶୋଦା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ।