
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ କୋର୍ଟ ପରିସର ମଧ୍ୟରେ ପ୍ରଜାପିତା ବ୍ରହ୍ମାକୁମାର ନୂଆପଡ଼ା ଶାଖା ପକ୍ଷ ରୁ ଜିଲ୍ଲା ଓକିଲ ସଂଘ ସମସ୍ତ ସଦସ୍ୟ ଙ୍କୁ ସାମୁହିକ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଅଛି। ଭାରତ ସଂସ୍କୃତିରେ ପର୍ବ ଓ ପର୍ବାଣୀ ରେ ଅନେକ s
ଶିକ୍ଷଣୀୟ ବାର୍ତ୍ତା ରହିଥିବା ବେଳେ ସୁସ୍ଥ ଏବଂ ନିର୍ମଳ ସମାଜ ଗଠନ ରେ ସହାୟକ ହୋଇଥାଏ। ଜିଲ୍ଲା ଓକିଲ ସଂଘ ସଭପତି ଖିତିଶ ବୋଧକର, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଆଇନ ଜିବୀ ମୂରଲୀଧର ପଣ୍ଡା, ପ୍ରସଶ୍ନ ମହାପାତ୍ର, କୁମୁଦ ବନ୍ଧୁ ହୋତା, ଶ୍ୱେତଲାଲ ଦେବାଙ୍ଗନ, ନାରାୟଣ ଯୋଶୀ ଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଯୋଗ ଦେଇଥିଲେ। ଅଭିନବ ଉପାୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ସମାଜର ସମସ୍ତ ଭଉଣୀ ଙ୍କ ସୁରକ୍ଷା ଦାୟିତ୍ବ ନିର୍ବାହ କରିବାକୁ ଆହ୍ବାନ କରିଛନ୍ତି।