
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅର୍ନ୍ତଗତ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ୧୬ ତମ ରାଜା ଅନୁପସିଂ ଦେଓ ମୋମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ,ଅନୁପସିଂ ଦେଓ ମେମୋରିଅଲ ଟ୍ରଷ୍ଟ ସଭାପତି ଅଙ୍କିତ ସିଂଦେଓ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ କୁନୁ କରୁଆଁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ନାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରର ୮ଟି ପ୍ରମୂଖ ଦଳ ଅଂଶ ଗ୍ରହଣ କରିଛନ୍ତି । ଆଜିର ଉଦ୍ଘାଟନୀ ମ୍ୟାଚ ବଲାଙ୍ଗୀର ଏଫସି ଓ ଭୋଜପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଏଫସି ଦଳ ୪-୧ ଗୋଲରେ ବିଜୟୀ ହୋଇଛି । ତାପସ ପତି, ଅମୂଲ୍ୟ ବାରିକ ଓ ସୌରଭ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର ଓ ଧନଞ୍ଜୟ ମଲ୍ଲିକ ଖେଳ ଧାରାବିବରଣି ପ୍ରଦାନ କରିଥିଲେ । ସେହିଭଳି ସମ୍ପାଦକ ଟୁନା ନାଏକ, ପ୍ରଭୁଦେବ ଗଉଡ , ଝିନ୍ତୁ ମହାପାତ୍ର, ଆକିବ ରାଜା, ଦେବ ପ୍ରଧାନ, ତପନ ପାତ୍ର,ବିବେକାନନ୍ଦ ପୋଡ, ଆରିଫ ମହମ୍ମଦ ପ୍ରମୁଖ ସହଯୋଗ କରିଥଲେ। ଆସନ୍ତା ୧୫ ଅଗଷ୍ଟରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।