
ଯାଜପୁର/ବିଞ୍ଝାରପୁର (ସରୋଜ କୁମାର ଧଳ) : ବିଞ୍ଝାରପୁର ବ୍ଲକ ଅଧିନସ୍ତ ସିଂହପୁର ଜଳସେଚନ ସେକ୍ସନ ଜରି ଗାଇଡ଼ ବନ୍ଧର ସେଠିସାହି ଠାରେ ଗତ ୬ ତାରିଖ ଦିନ ଖରସ୍ରୋତା ନଦୀ ର ବାମ ପାର୍ଶ୍ଵରେ ୧00 ମିଟର ପାଖା ପାଖି ଅତଡ଼ା ଖସି ଥିବାର ଦେଖିବାକୁ ମିଳିଛି | ଅତଡ଼ା ଖସିବା ଯୋଗୁ ବନ୍ଧ ପାଖରେ ବସ ଵାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି ହୋଇଥିବା ବେଳେ ବନ୍ଧ ସୁରକ୍ଷା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ଏହି ଜାଗାଟି ବହୁ ଗଭୀର ହୋଇଥିବାରୁ ଯଦି ଏଠାରେ ଘାଇ ହୁଏ ତେବେ ଜରି, ଛନ୍ଦା ମୁଣ୍ଡ, ବାଙ୍ଗରା ସମେତ ୬ସାତ ଖଣ୍ଡ ଗାଁ ଗଣ୍ଡା ସମ୍ପୂର୍ଣ ନଷ୍ଟ ହୋଇଯିବ ଓ ସହ ସହ ଏକର ଚାଷ ଜମି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯିବ ନଦୀ ବନ୍ଧର କାମ ସଠିକ ଭାବେ ହୋଇ ନଥିବାରୁ ଆଜି ଗ୍ରାମ ବାସୀଙ୍କୁ ଦୁର୍ଦଶା ଭୋଗିବାକୁ ପଡୁଛି ଏଠାରେ ନିମ୍ନ ମାନର ପଥର ପେକିଙ୍ଗ ହୋଇଥିବାର ମଧ୍ୟ ଲୋକ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି ଏଠାକାର ବିଭାଗୀୟ ଅଧିକାରୀ ଓ ଯେଇ,ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ ହୋଇଥିବାର ଗ୍ରାମ ବାସୀଙ୍କ ଅଭିଯୋଗ | ଆଜି ଅଳ୍ପକେ ବର୍ତ୍ତିଗଲା ହେଲେ କାଲି ବଡଆକାର ହୋଇଥିଲେ ଦାଈକିଏ ରହିଥାନ୍ତା |