
ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କୁ ଗସ୍ତରେ ଓଡ଼ିଶା ସମବାୟ କମିଶନର ଏବଂ ସଚିବ ନୋଡାଲ ଅଧିକାରୀ ରାଜେଶ ପ୍ରଭାକରନ ପାଟିଲ ଙ୍କ ଗସ୍ତ, ବିଭିନ୍ନ ବିଭାଗୀୟ କାର୍ଯ୍ୟ ତଦାରଖ କରିଛନ୍ତି। ଗତକାଲି ଖରୀଆର ରୋଡ ର ସମବାୟ ସମିତି ଏବଂ ନିୟନ୍ତ୍ରଣ ବଜାର କମିଟି କୁ ଗସ୍ତ କରିଥିଲେ। କାର୍ଯ୍ୟ ତଦାରଖ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ବର୍ତ୍ତମାନ ସମବାୟ ସମିତି ଆଗାମୀ ଦିନରେ ନିଜର ନବ କଳେବର ହେବା ସହ ପ୍ରତ୍ୟେକ ଚାଷୀଙ୍କ ସହ ଯୋଗସୂତ୍ର ସ୍ଥାପନ କରିଛନ୍ତି। ଆଜି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ କିଛି ଚାଷୀଙ୍କୁ ସାକ୍ଷାତ କରିଛନ୍ତି।ନୀତି ଏବଂ ବିଧି ବ୍ୟବସ୍ଥା ରେ ଆବଶ୍ୟକ ପଦକ୍ଷେପ ପାଇଁ ପଚାରି ଥିବା ବେଳେ ଆସନ୍ତା ଦିନରେ ସମବାୟ ବିଭାଗ ବିକଶିତ ହେବା ରେ ଗୁରୁତ୍ଵ ବହନ କରିବ ବୋଲି ମତବ୍ୟକ୍ତ କରିଥିଲେ।