
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶଙ୍ଖଚିଲା ରେ ଜ୍ଞାନ – ବିଜ୍ଞାନ ମେଳା
ଯାଜପୁର /କୋରେଇ:ତା :କୋରେଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ଶଙ୍ଖଚିଲା ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ରେ ଚଳିତ ଶିକ୍ଷାବର୍ଷର ଜ୍ଞାନ-ବିଜ୍ଞାନମେଳା ୪ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ଜ୍ଞାନ ବିଜ୍ଞାନ ମେଳାରେ ସ୍ଥାନୀୟ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଜିତ ବାରିକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଶିଶୁଵିଦ୍ୟାମନ୍ଦିର ର ପ୍ରଧାନ ଆଚର୍ଯା ଶ୍ରୀମତୀ ରୀନାବାଳା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ .। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଦ୍ୟାଧର ସାହୁ ଏହି ମେଳାର ଆବଶ୍ୟକତା ଓ ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ .। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ ବିଭିନ୍ନ ଜ୍ଞାନ ଓ ବିଜ୍ଞାନ କଥା ମାଧ୍ୟମରେ ଶିଶୁ ମାନଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋଭାବ ତିଆରି ହେବ ତା ଉପରେ ଅନେକ ପ୍ରେରଣାଦାୟକ କଥା ରଖିଥିଲେ । ବରିଷ୍ଠ ଆଚାର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଆଚର୍ଯା ପ୍ରଗତି ମଞ୍ଜରୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବେ ହିଙ୍ଗୁଳା ହାଇସ୍କୁଲ ର ଶ୍ରୀମତୀ ରନିତା ବେହେରା , ଶ୍ରୀଯୁକ୍ତ ନୟନଦୀପ୍ତ ବେହେରା ଓ ବିଜୟ କୁମାର ଖିଲାର ବଡବିରୁଆଁ ଉଚ୍ଚ ବିଦ୍ୟାଳୟ ର ଶ୍ରୀଯୁକ୍ତ ଅନିଲ କୁମାର ସାହୁ , ତଣ୍ଡରା ଉଚ୍ଚ ବିଦ୍ୟାଳୟର ଶ୍ରୀଯୁକ୍ତ ରଶ୍ମିରଂଜନ ବଳ , ବ୍ୟାସନଗର ଶିଶୁ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଆଶିଷ କୁମାର ମଲ୍ଲ ଓ ବିଶ୍ୱ ରଞ୍ଜନ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଆଚର୍ଯା ଶ୍ରୀମତୀ ଦୀପ୍ତିମୟୀ ସାହୁ ମେଳାର ବୃତ୍ତ ପଠନ ପାଠ କରିଥିଲେ ..। ଉଦଯାପନ ଉତ୍ସବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରଘୁନାଥ ବେହେରା ତାଙ୍କର ଆଶୀର୍ବଚନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .। ଆଜିର ମେଳାରେ ବିଭିନ୍ନ ପ୍ରକଳ୍ପ ସହ ମୋଟ ୧୧୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା .। ବିଦ୍ୟାଳୟର ସହସମ୍ପାଦକ ଆର୍ଯ୍ୟ ବିଭାସ କୁମାର , କୋଷାଧ୍ୟକ ଦେବାଶିଷ ବେହେରା ସହଯୋଗୀ ହିମାଂଶୁ ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା ,ସେବିକା ଯୋଗଦେଇ କାର୍ଯ୍ୟଟିକୁ ସଫଳ ମଣ୍ଡିତ କରାଇବାରେ ସହଯୋଗ କରିଥିଲେ।