
ସାମାଜିକ ଗଣମାଧ୍ୟମରେ ଫେକ id ଖୋଲି ମହିଳା ନକର ଚରିତ୍ର ସଂହାର କରି ପୋଲିସ ଦୁଆର ଗିରଫ*****
(ନିପ୍ର)ବମ୍ବେଛକ ଫେକ୍ ଆଇଡି ଖୋଲି ଫେସବୁକ୍ ରେ ଚରିତ୍ର ସଂହାର କରିବା ନିନ୍ଦନୀୟ ସହିତ ସଙ୍ଗୀନ ଅପରାଧ ଅଟେ। ତେଣୁ ଏ ଭଳିଆ କାମ କରୁଥିବା ବ୍ୟକ୍ତି ଙ୍କ ପ୍ରତି ନ୍ଦୃଢ଼ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ବିଳମ୍ବ ରେ ହେଲେ ସୁଦ୍ଧା ଦୋଷୀ ଧାରା ପଡ଼ିଛି। ମୟୂରଭଞ୍ଜ ଏକ ଶାନ୍ତିପ୍ରିୟ ଜିଲ୍ଲା, ତାକୁ ଅଶାନ୍ତ କରିବାର ପ୍ରୟାସ କରାଯାଇଅଛି ।ବାଲେଶ୍ଵର ରୁ ଆସି ସାରସକଣା କୁ ବଦନାମ କରିବା ପଛରେ ଯିଏ ଯିଏ ସବୁ ଅଛନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଆରେଷ୍ଟ କରାଯାଉ।ଯାହା ସୋସିଆଲ ମେଡିଆରୁ ଜଣା ଯାଉଛି ସେ ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ପଦ୍ମଫୁଲ ସରକାରଙ୍କର ସାରସକଣା ବିଧାୟକ , ମୟୂରଭଞ୍ଜ ସାଂସଦ ,ବାଲେଶ୍ଵର ସାଂସଦ ଏବଂ ମନ୍ତ୍ରୀଙ୍କ ସହିତ ମଧ୍ୟ ଫଟୋ ରହିଛି । ଯାହା ଆଶା କରାଯାଏ ନିହାତି ଶାସକ ଦଳର କର୍ମୀ ହୋଇଥିବେ ବ୍ୟକ୍ତି ଜଣକ। ଏଣୁ ଶାସକ ଦଳର କର୍ମୀ ହୋଇ ଜଣେ ନାରୀକୁ ସୋସିଆଲ ମିଡିଆ ରେ ଫେକ ଆଇଡି ରେ ଚରିତ୍ର କୁ ସଂହାର କରିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ।ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି ପୂର୍ବତନ ମୟୂରଭଞ୍ଜ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ବିଭାଗର ଅଧକ୍ଷ ଡ. ଦେବାଶିଷ ମାରାଣ୍ଡି ମତପ୍ରକାଶ କରିଥିଲେ ,ଏବଂ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କୁ ବ୍ଲକର ବରିଷ୍ଠ ନେତା ଅମରେନ୍ଦ୍ର କର ,ଏବଂ ସାରସକଣା ବିଜୁ ଜନତା ଦଳ ଘର ନିନ୍ଦା କରୁଛି ବୋଲି ବ୍ଲକ ସଭାପତି ମଣିଶଙ୍କର ବାରିକ ମତ ପ୍ରକାଶ କରିଛନ୍ତି। ବମ୍ବେଛକ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ୍, ଭଞ୍ଜ ଦୂତ ଖବର