ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡାକ ବିଭାଗ କୁ ବଡ ସଫଳତା, କଳାହାଣ୍ଡି ଡିଭିଜନ ରେ ସର୍ବାଧିକ ପୋଷ୍ଟାଲ ଖାତା ଖୋଲିବା ରେ ପ୍ରଥମ ହୋଇଛନ୍ତି। ଯାହାକୁ ୨୦୦% ପ୍ରତିଶତ ଅଟେ ବୋଲି ଡାକ ମାଷ୍ଟର ସୁଶାନ୍ତ କୁମାର ବିଶି ପ୍ରକାଶ କରିଛନ୍ତି। ଏହି ସଫଳତା ର ଶ୍ରେୟ ସମଗ୍ର ବିଭାଗ ଏବଂ ଡାକ କର୍ମଚାରୀଙ୍କ ସହଯୋଗ ଏବଂ ସମର୍ଥନ ଦ୍ୱାରା ସମ୍ଭାବ ହୋଇପାରୁଥିବା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ବର୍ଷ ହରା ହରି ୮୫୦ ଉର୍ଦ୍ଧ ଖାତା ଖୋଲିବା ଲକ୍ଷ ରହିଥିବା ବେଳେ ଚଳିତ ବର୍ଷ ଖଡିଆଳ ଡାକ ବିଭାଗ ପକ୍ଷ ରୁ ୧୭ ଶହ ରୁ ଉର୍ଦ୍ଧ ଖାତା ଖୋଲି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଜନସାଧାରଣ ନିଜ ଆର୍ଥିକ ରାଶିକୁ ସହଜ ରେ ଜମା ଓ ଉଠାଣ ରେ ନିର୍ଭର ଯୋଗ୍ୟ ହେବାରୁ ଏହା ସଫଳ ହୋଇଅଛି ବୋଲି ବିଭାଗ ପକ୍ଷ ରୁ ପ୍ରକାଶ।ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରଧାନୀ, ପୋଷ୍ଟ ମେନ ଗୁଳସ୍ନ ମାଝୀ, ପ୍ରତାପ ରାଉତ, ସଂଜୟ ବିଭାର ପ୍ରମୁଖ ଯୋଗ ଦେଇଥିଲେ। ଗୋଟିଏ ପଟେ ସଫଳତା ଆଣୁ ଥିବା ବେଳେ ଅପର ପକ୍ଷେ ଭଡା ଘରରେ ଡାକ ବିଭାଗ ସମସ୍ୟା ଦେଇ ଗତି କରୁଛି। ବିଶେଷ ରୂପେ ଉପଭୋକ୍ତାଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ନାହିଁ। କର୍ମଚାରୀଙ୍କ ପାଇଁ ବାସ ନାହିଁ, ଡାକ ବିଭାଗ କୁ ଆସୁଥିବା ବ୍ୟକ୍ତି ଖୋଲା ଆକାଶ ତଳେ କାର୍ଯ୍ୟ କରିଥାନ୍ତି।
