ନୂଆପଡା (ମିଖାଏଲ ନନ୍ଦ) : ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ମାନୁଥିବା ବେଳେ ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ର ଚିନ୍ଦାଗୁଡା ରୁ ମଲପଡ଼ା ରାସ୍ତା କଦୁଆପ ପଚପଚ ଦୃଶ୍ୟ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ବର୍ଷା ହେଲେ କି ନ ହେଲେ ବି ରାସ୍ତା ର ପାଣି ଗଡି କାଦୁଅ ସରସର୍ ରେ ଖଡିଆଲ ବ୍ଲକ୍ ଚିନ୍ଦାଗୁଡା ଗାଁ ରାସ୍ତା ମରାମତି ପାଇଁ ଗାଁ ଲୋକ ଅନୁରୋଧ କରିଛନ୍ତି।
ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ଚିନ୍ଦଗୁଡ଼ା ପଞ୍ଚାୟତ ଠାରୁ ମଣ୍ଡୋସିଲ ଗାଁ କୁ ସଂଯୋଗ କରୁଥିବା ଆରଡି ରାସ୍ତା ଛଅ ବର୍ଷ ପୂର୍ବେ ରାସ୍ତାର କାମ ବୈକୁଣ୍ଠ ମେହେର ସାର ଙ୍କ ନାମରେ ୨୦୧୯ ମସିହାରେ ଏହି କାମ ଟେଣ୍ଡର ହୋଇଥିଲା ଆମେ ପଚାରିବାରୁ ରାସ୍ତା ର ଅବଧି ଶେଷ ହୋଇ ଥିବରୁ ନୂଆ ଟେଣ୍ଡର ହେଲେ ଏହି କାମ ହେବ ବୋଳି କହିଥିଲେ। ହେଲେ ୨୦୨୪ମସିହାରେ ଆମେ ଠିକାଦାର ସାର ଓ ମୁଖ୍ୟ ସହକାରୀ ଯନ୍ତ୍ରୀ ଙ୍କୁ ପଚାରିବାରୁ କହିଥିଲେ ଯେ ସରକାର ଙ୍କ ଅନୁଦାନ ହେଲେ ଏହି ରାସ୍ତା ର ମରାମତି କରାଯିବା ବୋଳି କହିଥିଲେ। ହେଲେ ପ୍ରଶ୍ନବାଚି ସୃଷ୍ଟି କରୁଛି ଯେ ବିଗତ ଦିନ ଠାରୁ ଏହି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇଛି। ଏହି ରାସ୍ତା ଦେଇ ମୋ ବସ ଚଳାଚଳ କରୁଛି। ଏହି ରାସ୍ତା ଦେଇ କଲେଜଓ ସ୍କୁଲ ଛାତ୍ର ଛାତ୍ରୀ ଯାତାୟାତ କରୁଛନ୍ତି। ଗାଡି ଆସିବା ସମୟରେ କାଦୁଅ ପଙ୍କ ରେ ପଡ଼ିଯାଇ ଅସୁବିଧାର ସମ୍ମୁଖୀନ ହୋଇ ସ୍କୁଲ୍ ନ ଯାଇ ଘରକୁ ଫେରି ଆସୁଛନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତା ର ମରାମତି କଲେ ଲୋକେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଦୀର୍ଘ 3 କିମି ବ୍ୟାପି ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି। ଯିବାଆସିବାରେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଲୋକେ ପ୍ରଶାସନ ତରଫରୁ ଶୀଘ୍ର ଦୃଷ୍ଟି ଆକର୍ଷଣ କଲେ ଭଲ ହେବ । ଏହି ରାସ୍ତା ମରଣଯନ୍ତା ପାଲଟିଛି ଯଦି କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ହେବା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାସନ ଏହି ରାସ୍ତା କାମ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ଏହି ବାବଦରେ କେବେ ଦୃଷ୍ଟି ଆକର୍ଷଣ କରି ଏହି ରାସ୍ତା ର ସମସ୍ୟା କୁ କିପରି ସମାଧାନ କରି କିଛି ନ ହେଲେ ମଧ୍ୟ କିଛି ମୁରୁମ୍ ର ବ୍ୟବସ୍ଥା କରି ବା ଡଷ୍ଟ ପକାଇ ବଡ଼ ବଡ଼ ଗାତ ହେଇ ଥିବା ସ୍ଥାନରେ ପକାଇଲେ ଯିବା ଆସିବା କରିବାପାଇଁ ସୁବିଧା ହେବ ବୋଳି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।
