
ପେଙ୍ଗୁଇନ ଟ୍ରେଡିଂ ଆଣ୍ଡ ଏଜେନ୍ସିଜ କମ୍ପାନୀ ରେ ଜନଶୁଣାଣୀ
କୋଇଡା (ସଞ୍ଜୟ ବେହେରା) ସୁନ୍ଦରଗଡ଼ ଜିଲ୍ଲା କୋଇଡା ତହସିଲ ଅନ୍ତର୍ଗତ ରାଇକେଳା ଓ ତନ୍ତ୍ରରା ଗ୍ରାମରେ ଥିବା ପେଙ୍ଗୁଇନ ଟ୍ରେଡିଂ ଆଣ୍ଡ ଏଜେନ୍ସିଜ ଲିମିଟେଡ଼ କମ୍ପାନୀ ର ଜନଶୁଣାଣୀ ଗୀତାରାଣୀ ହାଟିଙ୍ଗୀ ବିଦ୍ୟାଳୟ ନିକଟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।୪୯.୩୭୨ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳରେ ଓପନକାଷ୍ଟ ମେକାନାଇଜ ଖଣି ପଦ୍ଧତି ମାଧ୍ୟମରେ ଉତ୍ପାଦନ କ୍ଷମତା ୨.୫୯୨ ଏମଟିପିଏ ରୁ ୪.୯୫ ଏମଟିପିଏ କୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଡୁଥିବା ପରିବେଶ ସମ୍ବନ୍ଧୀୟ ସର୍ବ ସାଧାରଣ ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ,ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲେ ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ , କୋଇଡା ତହସିଲଦାରନିର୍ମଳ କୁମାର ବିଶ୍ୱାଳ, ବଣାଇ ଅତିରିକ୍ତ ଏସ ପି ହରେକୃଷ୍ଣ ମାଝୀ , ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ କମ୍ପାନୀର ପ୍ରଭନ୍ଧକ ଟଙ୍କଧର ବେହେରା ଜନସାଧାରଣ ମାନଙ୍କୁ ଅବଗତ କରାଇବା ପରେ ଜନସାଧାରଣ ମାନଙ୍କ ଠାରୁ ମତାମତ ଲୋଡ଼ା ଯାଇଥିଲା ରାଇକେଳା ଗ୍ରାମର ବସୁମତୀ ନାଏକ, ସୁଦର୍ଶନ ପାତ୍ର, ଶ୍ରମିକ ନେତା ପ୍ରଫୁଲ କୁମାର ସାମଲ ,ଚନ୍ଦ୍ରମଣୀ ନାୟକ, ଦୁର୍ଯ୍ୟୋଧନ ନାଏକ, ଲକ୍ଷ୍ମଣ ମହାକୁଡ଼, ଡେଙ୍ଗୁଳା ଗ୍ରାମପଞ୍ଚାୟତ ସରପଞ୍ଚ ବାବୁଲି ମୁଣ୍ଡା, ଟେନସା ଗ୍ରାମପଞ୍ଚାୟତ ସରପଞ୍ଚ ଅନୀତ ପୃର୍ତ୍ତି , ପୂର୍ବତନ ବଣାଇ ବିଧାୟକ ଜନାର୍ଦ୍ଦନ ଦେହୁରୀ, ବିଧାୟକ ଭୀମସେନ ଚୋୖଦୁରୀ , ଟପୋନ, ,କୋଇଡା ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ନାଏକ , ମୋହନ ମହାକୁଡ଼ ସମେତ ୫୫ ରୁ ଉର୍ଦ୍ଧ ଜନସାଧାରଣ ନିଜ ନିଜର ମତାମତ ଦେବା ସହ ପେଙ୍ଗୁଇନ ଟ୍ରେଡିଂ ଆଣ୍ଡ ଏଜେନ୍ସିଜ କମ୍ପାନୀ ର ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ କୁ ପୁର୍ଣ୍ଣ ସମର୍ଥନ କରିଥିଲେ ।ସ୍ଥାନୀୟବାସୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି,ରାସ୍ତାର ମରାମତି ଓ ଉନ୍ନତି କରଣ, ପାନୀୟ ଜଳ ଯୋଗାଣ, ବୃକ୍ଷ ରୋପଣ ପାଇଁ ଗ୍ରାମବାସୀ ମାନେ ଦାବୀ ଉପସ୍ଥାପନ କରିଥିଲେ । ଖଣି ବୃଦ୍ଧି ହେଲେ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି ପେଙ୍ଗୁଇନ ଟ୍ରେଡିଂ ଆଣ୍ଡ ଏଜେନ୍ସିଜ କମ୍ପାନୀର କର୍ତ୍ତୃପକ୍ଷ ରଶ୍ମି ରମଣ ନାୟକ ପ୍ରତିଶ୍ରୁତି ଦେଇଥିଲେ
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର