କଳାହାଣ୍ଡି (କିଶନ ଶର୍ମା) : ଭାରତୀୟ ମଜ଼ଦୂର ସଂଘ ର ଏକସ୍ତରୀ ତମ ପ୍ରତିଷ୍ଠା ଦିବସ ପାଳିତ ଭାରତୀୟ ମଜ଼ଦୂର ସଂଘ କଳାହାଣ୍ଡି ଶାଖା ର ଏକସ୍ତରୀ ତମ ପ୍ରତିଷ୍ଠା ଦିବସ ଭବାନୀପାଟଣା ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ଅଙ୍ଗ୍ୱାୱାଡି ସଂଘ, ପାଚିକା ମହା ସଂଘ, ଆଶାକର୍ମୀ ସଂଘ, ସି. ଆର. ପି. ସଂଘ, ଇ. ସି. ସଂଘ, ଜିଲ୍ଲା ହେମାଳ ସଂଘ,ବିଶ୍ୱକର୍ମା ମଜ଼ଦୂର ସଂଘ, କୃଷି ଗ୍ରାମୀଣ ମଜ଼ଦୂର ସଂଘ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜ଼ଦୂର ସଂଘ ପକ୍ଷରୁ ରୁ ଶତାଧିକ ସଦସ୍ୟ ସଦସ୍ୟା ଯୋଗ ଦେଇ ଏହି ସଂଘ ର ପ୍ରତିଷ୍ଠାତା ବାପୁରାଓ ଦତୋପନ୍ତ ଠେଙ୍ଗଡ଼େ ଜି ଙ୍କ ଜୀବନୀ ଓ ଭାରତୀୟ ମଜ଼ଦୂର ସଂଘ କିପରି ପ୍ରତିଷ୍ଠା ହୋଇଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲେ l ଏକସ୍ତରୀ ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘ ର କଳାହାଣ୍ଡି ବିଭାଗ ସଂଘ ଚାଳକ ମାନନୀୟ ଜୟ ନାରାୟଣ ବାବୁ, ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, କୃଷି ଗ୍ରାମୀଣ ମଜ଼ଦୂର ସଂଘ ଓଡିଶା ର ସାଧାରଣ ସମ୍ପାଦକ ତଥା କଲାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ବିଶ୍ୱ ରଞ୍ଜନ ସା, ଜିଲ୍ଲା ଭାରତୀୟ ମଜ଼ଦୂର ସଂଘ ର ଆଇନ ପରାମର୍ଶ ଦାତା ଶ୍ରୀ ପ୍ରଦୀପ ବିହାର ଜିଲ୍ଲା ସଭାପତି ପ୍ରକୃତିବନ୍ଧୁ ଡୋଳାମଣି ସାହୁ, ଜିଲ୍ଲା ସମ୍ପାଦକ ଲୋଚନ ସାହୁ ପ୍ରମୁଖ ମଞ୍ଚସୀନ ହୋଇ ମାର୍ଗଦର୍ଶନ କରିଥିଲେ l ଭାରତୀୟ ମଜ଼ଦୂର ସଂଘ ସହିତ ଅନୁବନ୍ଧିତ କଳାହାଣ୍ଡି ଜିଲ୍ଲା ର ଅଙ୍ଗନୱାଡି ଲେଡୀସ ୱର୍କର୍ଷ ଆଶ୍ସୋସିଏସନ ର ସଭାପତି ସଂଜୀବନୀ ପାଢ଼ୀ, ଜିଲ୍ଲା ପାଚିକା ମହା ସଂଘ ର ସଭାପତି ବିମଳା ଗୌଡ, ଜିଲ୍ଲା ସି,ଆର, ପି, ସଙ୍ଘର ସଭାନେତ୍ରୀ ସାହୁ, ଜିଲ୍ଲା ଇ, ସି,ସଂଘ ର ସଭାନେତ୍ରୀ ନଳିନୀ ବାଗ, ଜିଲ୍ଲା କୃଷିଗ୍ରାମୀଣ ମଜ଼ଦୂର ସଙ୍ଘର ସଭାପତି ସୁରେନ୍ଦ୍ର ମୋହନ କର, ବିଶ୍ୱକର୍ମା ମଜ଼ଦୂର ସଙ୍ଘର ସଭପତି ନବୀନ ଛତ୍ରିଆ, ଜିଲ୍ଲା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜ଼ଦୂର ସଂଘ ର ସଭାପତି ଭବାନୀ ଶଙ୍କର ରାଉତ ଭାରତୀୟ ମଜ଼ଦୂର ସଂଘ କଳାହାଣ୍ଡି ର କୋଷାଧକ୍ଷ ଅଂଶୁମାନ ଜେନା ପ୍ରମୁଖ ଙ୍କୁ ଉତ୍ତରୀୟ ଦେଇ ସମ୍ଭରଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଆରମ୍ଭରେ ସମ୍ପାଦକ ଲୋଚନ ସାହୁ ଅତିଥି ମାନଂକର ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ସଭାପତି ଦୋଳାମଣୀ ସାହୁ ସଭା ରେ ସଭାପତିତ୍ୱ କରିଥିଲେ ।
