ସାରସକଣା,ଜାମଶଳା (ଅନିଲ କୁମାର ସାହୁ) : ମୟୂରଭଞ୍ଜ ଜିଲ୍ଲାରୁ ଫାଇ ଲେରିଆ,ଡେଙ୍ଗୁ,ମେଲେରିଆ ତଥା ଭେକ୍ଟର ବାହିତ ରୋଗ ମୂଳପୋଛ ପାଇଁ ବ୍ୟାପକ ପଦକ୍ଷେପ ଆରମ୍ଭ ହୋଇଛି। ଗତ ମଙ୍ଗଳବାର ଅପରାହ୍ନରେ ଏ ନେଇ ଜିଲ୍ଲାପାଳ ହେମକାନ୍ତ ସଏଙ୍କ ଅଧ୍ୟକ୍ଷତାରେ ଜିଲଲାସ୍ତରୀୟ ସମନ୍ବୟ କମିଟି ବୋଠକ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଡିଏମଓ ଡାକ୍ତର ବିଜୟ କୁମାର ଦାସ ଯୋଗ ଦେଇ ଜିଲ୍ଲାରେ ଚଳିତ ବର୍ଷ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ସମ୍ବନ୍ଧରେ ଆଲୋଚନା କରିଥିଲେ।ଓଡ଼ିଶାରେ ୧୧ ଟି ଫାଇଲେରିଆ ପ୍ରବଣ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ ଥିବାରୁ ରୋଗର ନିରାକରଣ ପାଇଁ ୨୦୨୧ ମସିହାରୁ ପ୍ରୟାସ ତଥା ନିୟମିତ ଚିକିତ୍ସା ଫଳରେ ପର୍ଯ୍ୟାୟ କ୍ରମେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଚଳିତ ବର୍ଷ ଏହାକୁ ସମ୍ପୁର୍ଣ୍ଣ ନିରାକରଣ ପାଇଁ ଉଦ୍ୟମ କରାଯାଉଛି।ଏହି ଅଭିଯାନକୁ ସମ୍ପୁର୍ଣ୍ଣ ସଫଳ କରାଇବା ପାଇଁ ଡ଼ା ଆଚାର୍ଯ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଭିବିଡି ପରାମର୍ଶଦାତା ତପନ କୁମାର ସାହୁ ଯୋଗ ଦେଇ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସାମୁହିକ ଔଷଧ ସେବନ ଦ୍ଵାରା ବାତ ଜ୍ବର ବା ଫାଇଲେରିଆ ରୋଗର ସମ୍ପୁର୍ଣ୍ଣ ନିରାକରଣ ସମ୍ଭବ ବୋଲି ସେ କହିଥିଲେ। ବୟସ ଓ ଉଚ୍ଚତା ଅନୁସାରେ ଜଣେ ଡିଇସି ବଟିକା ସହିତ ଆଲବେଣ୍ଡାଜଲ୍ ଓ ଆଇଭରମେକଟିନ ବଟିକା ଗୋଟିଏ ମାତ୍ରାରେ ସମୁଦାୟ ବଟିକା ଖାଦ୍ୟ ଖାଇସାରିବା ପରେ ଏକ ସଙ୍ଗରେ ଖାଇବା ପାଇଁ ପରାମର୍ଶ ଦେଇଥିଲେ।କେବଳ ଗର୍ଭବତୀ ମହିଳା, ୨ ବର୍ଷ ରୁ କମ ବୟସ ଶିଶୁ,ଏକ ସପ୍ତାହ ମଧ୍ୟରେ ଶିଶୁ ପ୍ରସବ କରିଥିବା ମା’ ଓ ଅତି ଗୁରୁତର ବ୍ୟକ୍ତିଙ୍କୁ ଏହି ବଟିକା ଖାଇବା ପାଇଁ ବାରଣ କରାଯାଇଛି।ଏହି ଔଷଧ ସରକାର ତରଫରୁ ସମ୍ପୁର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି।ଏହା ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ। ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ ନାହିଁ।ଅଭିଯାନରେ ଆଶାକର୍ମୀ ,ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ସମସ୍ତ ବିଦ୍ୟାଳୟ,ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଏକାଧିକ ବାର ଘରକୁ ଘର ଯାଇ ପ୍ରତ୍ୟେକ ପରିବାରର ଉପଯୁକ୍ତ ସଦସ୍ୟ ଙ୍କୁ ଏହି ଔଷଧ ଖୁଆଇବା ସହିତ ପ୍ରତ୍ୟେକ ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଉକ୍ତ ଔଷଧ ସେବନ କରିବେ।ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗରେ ଏହା ଫଳପ୍ରଦ ହୋଇପାରିବ ବୋଲି ପ୍ରକାଶ କରିଥିଲେ।ଜିଲ୍ଲାପାଳ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଏବଂ ଲାଇନ ବିଭାଗର ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ସମନ୍ବୟ ରଖି ଆକ୍ସନ ପ୍ଲାନ୍ ଅନୁଯାୟୀ ନିଜ ନିଜ ସ୍ତରରେ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ଜଣେ ହେଲେ ବି ଯେମିତି ଏହି ଔଷଧ ସେବନ ଅଭିଯାନରୁ ବାଦ ନ ପଡନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।ଏହା ବ୍ୟତୀତ ଜିଲ୍ଲାରେ ଡେଙ୍ଗୁ ଜ୍ବର ଓ ମେଲେରିଆ ସଂକ୍ରମଣ କୁ ପ୍ରତିହିତ କରିବା ଦିଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବୋଇଠକରେ ଡ଼ା ନିଶିଥ ରଞ୍ଜନ ଦାଶ, ସଯୋଜକ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ, ଡିପିଏମ୍ ଅନୀଲ ମହାନ୍ତି,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୁବାସ ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଷାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ,ପୁଲିସ ବିଭାଗୀୟ ଅଧିକାରୀ,ଲାଇନ ବିଭାଗ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଅଂଶ ଗ୍ରହଣ କରିଥିଲେ।
