ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡୀ ଯଜ୍ଞ
(ଡା:ରମେଶ କୁମାର.ନି:ପ୍ର)
ଭବାନୀପାଟଣା,୦୯/୧୧: ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣାର ଦକ୍ଷିଣ କାଳୀ ଠାକୁରାଣୀ ମନ୍ଦିରରେ ତିନିଦିନ ବ୍ୟାପି”ଶ୍ୟାମା କାଳୀ ଜନ୍ମୋମହୋତ୍ସବ ଓ ଚଣ୍ଡୀ ମହାଯଜ୍ଞ” ଅନୁଷ୍ଠିତ ହୋଇଛି। ଶନିବାର ଦିନ କଳସ ଶୋଭାଯାତ୍ରା ଓ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ରବିବାର ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇ ସୋମବାର ମଧ୍ୟାହ୍ନ ରେ ଯଜ୍ଞର ପୂର୍ଣ୍ଣାହତି ହୋଇଥିଲା। ଆଚାର୍ଯ୍ୟ ନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଚଣ୍ଡୀ ମହାଯଜ୍ଞରେ ବ୍ରହ୍ମା ଦାୟିତ୍ଵ ସମ୍ପାଦନ ସହ ବିଷ୍ଣୁ ସହସ୍ର ନାମ କରିଥିଲେ ବିଭୂତି ଭୂଷଣ ରଥ, ଚଣ୍ଡୀ ପାଠ ନାରାୟଣ ଦାଶ, ସିଦ୍ଧ ବିନାୟକ ଶରତ କୁମାର ମିଶ୍ର ଓ ଶିବ ସହସ୍ର ନାମ ଦାୟିତ୍ୱ ସମ୍ପାଦନ କରିଥିଲେ ସନ୍ତୋଷ କୁମାର ରଥ। ଦକ୍ଷିଣ କାଳୀ ମନ୍ଦିର ପୂଜା କମିଟିର ସଭାପତି ସତ୍ୟ ନାରାୟଣ ମହାପାତ୍ର ଓ ତାଙ୍କ ପତ୍ନୀ ଅନୁପମା ମହାପାତ୍ର ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜାରୀ ସଞ୍ଜୀବ କୁମାର ଯୋଷୀ, କ୍ଷେତ୍ର ପ୍ରସାଦ ଯୋଷୀ ଦେବୀଙ୍କ ନିତିକାନ୍ତି ସମ୍ପାଦନ କରିଥିଲେ ଓ ଅଭିଷିକ୍ତ ପୂଜକ ବସନ୍ତ କୁମାର ପାଢ଼ୀ ଶ୍ୟାମା କାଳୀ ଜନ୍ମ ମହୋତ୍ସବର ତିନିଦିନ ପଞ୍ଚମକାର ପୂଜା ସମ୍ପାଦନ କରିଥିଲେ। ଦୀପାବଳି ଦିନ ମନ୍ଦିରରେ ଭୋର୍ ରୁ ବିଳମ୍ବିତ ରାତି ଯାଏଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂଜା କମିଟିର ଉପ ସଭାପତି ଜୟ କୁମାର ପଟ୍ଟନାୟକ, ସମ୍ପାଦକ ଅଶୋକ କୁମାର ମହାପାତ୍ର ଓ ସଭ୍ୟ ଶକ୍ତିଧର ଯୋଷୀ, ପ୍ରସନ୍ନ ମହାପାତ୍ର,ଆଦିତ୍ୟ ଖମାରୀ, ସତ୍ୟବ୍ରତ ମିଶ୍ର,ଶୁଭଙ୍କର ମହାପାତ୍ର, ଭବାନୀ ମିଶ୍ର,ଶୁଭେନ୍ଦୁ ପାଢ଼ୀ, ସନ୍ତୋଷ ପାଣିଗ୍ରାହୀ, ତପନ ସାହୁ, ସଞ୍ଜୟ ପୁରୋହିତ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।
