ଆର ପାରିରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର l
ଭୁବନେଶ୍ୱର(ନି.ପ୍ର) : ଓଡିଶା ଚିକିତ୍ସା ଜଗତର ଧ୍ରୁବତାରା ଓ ଚିକିତ୍ସା କ୍ଷେତ୍ରରେ ଜଣେ ଅଭିଜ୍ଞତା ପୂର୍ଣ୍ଣ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ର ଙ୍କ (୭୪) ପରଲୋକ ଘଟିଛି l ଏହା ଦ୍ୱାରା ଓଡିଶା ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି ହୋଇଛି l ତାଙ୍କ ଵିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ଚିକିତ୍ସକ, ଦକ୍ଷ ବ୍ୟକ୍ତିତ୍ୱ ଓ ନିଜ ଜୀବନରେ ଚିକିତ୍ସା ସେବାକୁ ମୂଳମନ୍ତ୍ର କରିଥିବା ଜଣେ ମହାନ ବ୍ୟକ୍ତିତ୍ୱ ଙ୍କୁ ହରାଇଛି l ତାଙ୍କ ଭଳି ଜଣେ ନମ୍ର, ଭଦ୍ର ଓ ସ୍ଥିର ମିଞ୍ଜାସ ଡାକ୍ତର ଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ l ଭୁବନେଶ୍ୱର ଏଏମ୍ସ ର ପ୍ରତିଷ୍ଠାତା ନିର୍ଦେଶକ ଭାବେ ଡାକ୍ତର ମହାପାତ୍ର ଙ୍କ ନାଁ ରାଜ୍ୟର ସ୍ୱାସ୍ଥ୍ୟ ସେବା ଇତିହାସରେ ଚିର ସ୍ମରଣୀୟ ହୋଇ ରହିବ l
