କୁଡୁମୀ ସେନାର ସଂସ୍କୃତି ପରମ୍ପରା ବଞ୍ଚାଓ ଅଭିଯାନ ଅନ୍ତର୍ଗତ
___________
ସାରସକଣା,(୧.୧୧.୨୬)(ନି.ପ୍ର):ନବମ ବର୍ଷ ବାନ୍ଦନା ପରବ ଭେଟଘାଟ ଆସନ୍ତା ନଭେମ୍ବର ୧୫ ତାରିଖ ପାଇଁ କୁଡୁମୀ ସେନା ର ସାଙ୍ଗଠନିକ ବୈଠକ ଆଜି ଧାନଘୋରୀ (ବଡଚାଟରା) କୁଡୁମୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱନାଥ ମହାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି
ଉକ୍ତ ବୈଠକ ରେ ରାଜ୍ୟ କୁଡୁମୀସେନା ପ୍ରତିଷ୍ଠାତା, ସଭାପତି ଜୈମୁନି କୁମାର ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ କିପରି ଅଧିକ ଆକର୍ଷଣୀୟ ଏବଂ ଲୋକାଭିମୁଖୀ କରିବା ସେଥିପାଇଁ ଆହ୍ୱାନ କରିଥିଲେ।
ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗୋରୁଖୁଣ୍ଟା, ଧେଙ୍ଗୁଆନ ପ୍ରତିଯୋଗିତା, ଝୁମର ମେଲୋଡି,ବନ୍ଧୁ ମିଳନ ଓ ବିଭିନ୍ନ ପ୍ରକାର କୁଡୁମୀ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହିତ ବିଭିନ୍ନ କୁଡୁମୀ ବହୁଳ ରାଜ୍ୟରୁ କୁଡୁମୀ ସମ୍ପ୍ରଦାୟର ବିଶିଷ୍ଟ ନେତୃତ୍ୱକୁ ଆମନ୍ତ୍ରଣ ପାଇଁ ସିଦ୍ଧାନ୍ତ କରାଗଲା।
କୁଡୁମୀସେନା ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, କୁବେର ମହାନ୍ତ, ସଞ୍ଜୟ ମହାନ୍ତ, ଶୀତେଶ ମହାନ୍ତ, କାହ୍ନ୍ୟୁ ଚରଣ ମହାନ୍ତ, ଅଶୋକ ମହାନ୍ତ କୁଡୁମୀ ଛାତ୍ର ସେନା ର ଅଜିତ ମହାନ୍ତ, ଭବାନୀ ମହାନ୍ତ, ରାହୁଲ ମହାନ୍ତ,କୁଡୁମୀ ମହିଳା ସେନା ଗୀତାଞ୍ଜଳି ମହାନ୍ତ, ଅହଲ୍ୟା ମହାନ୍ତ, କଳ୍ପନା ମହାନ୍ତ, ସ୍ୱପ୍ନାପ୍ରିୟ ମହାନ୍ତ, ରିତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
