*ଆମ କଳାକାର ପୋର୍ଟାଲ୍ ଓ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ଅଧୀନରେ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଆଜି ସଂସ୍କୃତି ଭବନଠାରେ ଆରମ୍ଭ ହୋଇଛି।*
ଜିଲ୍ଲା ଯୁବ ମହୋତ୍ସବ (VBYLD 2027) ତଥା ଜିଲ୍ଲା ଯୁବ ମହୋତ୍ସବ ୨୦୨୬ର ଆୟୋଜନ
କୋରାପୁଟ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କୋରାପୁଟ ସଂସ୍କୃତି ଭବନ ଓ ଆର୍ଟ ଗ୍ୟାଲେରୀଠାରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲା ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। “*ନଶା ମୁକ୍ତ ୟୁବା ଫର ବିକଶିତ ଭାରତ*” ଥିମ୍ ଆଧାରରେ ଆୟୋଜିତ ଏହି ମହୋତ୍ସବରେ ୧୫ ରୁ ୨୯ ବର୍ଷ ବୟସ୍କ ଯୁବପ୍ରତିଭାମାନେ ଅଂଶଗ୍ରହଣ କରିପାରିବେ।
ପ୍ରତିଯୋଗିତା ଏବଂ କାର୍ଯ୍ୟସୂଚୀ:
ନଭେମ୍ବର ୩ (ମଙ୍ଗଳବାର): ଦଳଗତ ଲୋକନୃତ୍ୟ, ଦଳଗତ ଲୋକଗୀତ ଏବଂ ବ୍ୟକ୍ତିଗତ ଚିତ୍ରକଳା (Painting) ପ୍ରତିଯୋଗିତା ଅନୁଷ୍ଠିତ ହେବ।
ନଭେମ୍ବର ୪ (ବୁଧବାର): ବ୍ୟକ୍ତିଗତ କବିତା ଲେଖା ଏବଂ ଦଳଗତ ନୁକ୍କଡ଼ ନାଟକ ପ୍ରତିଯୋଗିତା ରହିଛି।
ପୁରସ୍କାର ରାଶି:
ଦଳଗତ (Team) ପ୍ରତିଯୋଗିତା: ପ୍ରଥମ ପୁରସ୍କାର ₹୧୦,୦୦୦, ଦ୍ୱିତୀୟ ପୁରସ୍କାର ₹୭,୫୦୦ ଏବଂ ତୃତୀୟ ପୁରସ୍କାର ₹୫,୦୦୦ ପ୍ରଦାନ କରାଯିବ।
ବ୍ୟକ୍ତିଗତ (Individual) ପ୍ରତିଯୋଗିତା: ପ୍ରଥମ ପୁରସ୍କାର ₹୩,୦୦୦, ଦ୍ୱିତୀୟ ପୁରସ୍କାର ₹୨,୦୦୦ ଏବଂ ତୃତୀୟ ପୁରସ୍କାର ₹୧,୦୦୦ ରହିଛି।
ଯୁବପ୍ରତିଭାମାନେ ପୋଷ୍ଟରରେ ଦିଆଯାଇଥିବା କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅଧିକ ଜାଣିବା କିମ୍ବା ମିଡିଆ ସମ୍ବନ୍ଧୀୟ ସୂଚନା ପାଇଁ କାପିଲାସ (ମୋନଂ – 8260093054, ଇମେଲ୍ – media.koraput@gov.in)ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।. କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
