କୁମ୍ବିଗଡା ନଦୀ କୂଳରେ ଲାଖି ରହିଛି ଅଚିହ୍ନା ବୃଦ୍ଧା ଙ୍କ ମୃତ ଦେହ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ନୁଆଁଗା ପଞ୍ଚାୟତ ର କୁମ୍ବିଗୁଡା ଗ୍ରାମ ନିକଟରେ ରହିଥିବା ନଦୀ କୂଳରେ ଏକ ଚିହ୍ନା ବୃଦ୍ଧା ଙ୍କ ମୃତ ଦେହ ପଡି ରହିଥିବା ଦୃଶ୍ୟ କୁନେଇ ଲୋକଙ୍କ ଭୟଭୀତ ହୋଇ ପଡିଛନ୍ତି । ସୂଚନା ଅନୁଯାୟୀ ଗତ ତିନିଦିନ ହେବ ଅର୍ଣଭ୍ ବାତ୍ୟା ପ୍ରଭାବ ରେ ଲଗାଣ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ ନଦୀ ଠାରୁ ଆରମ୍ଭ କରି ରାସ୍ତା ଘାଟିରେ ବର୍ଷା ପାଣି ବୋହିବାରେ ଲାଗିଛି । ଉକ୍ତ ବାତ୍ୟା ପ୍ରଭାବ ରେ ଦିଗୁଗାବଡାର ଗ୍ରାମ ଠାରୁ ୦୩ କି ମି ଦୂରରେ ରହିଥିବା କୁମ୍ବିଗୁଡା ଗ୍ରାମ ନିକଟରେ ବୋହି ଯାଇଥିବା ନଦୀରେ କିଛି ଗଛ ଭାସି ଆସିଥିବା ବେଳେ ସେହି ଗଛ ଭିତରେ ଜଣେ ବୃଦ୍ଧା ଙ୍କ ମୃତ ଦେହ ଲାଖି ରହିଥିବା ସହ ନଦୀ ପାଣିରେ ଭାସି ଆସି କୂଳରେ ଲାଗିଥିବା ଦୃଶ୍ୟ ଦିଗୁଗାବଡାର ଗ୍ରାମର ହାରୁ ହନ୍ତାଳ ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ କିନ୍ତୁ ଖବର ପାଇ ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ ମଧ୍ୟ ମୃତ ଦେହ ଚିହ୍ନଟ କରିବା କେହି ସକ୍ଷମ ହୋଇନଥିଲେ । ସେପଟେ ଏହିପରି ଦୃଶ୍ୟ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ନିକଟରେ ଖବର ପହଞ୍ଚିବା ପରେ ମୃତ ଦେହ କିପରି ଉଧାର ହେବା ସହ ଚିହ୍ନଟ ହୋଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରା ଜିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ତହସିଲଦାର ଙ୍କ ଠାରୁ ଖବର ପାଇଁ ପୋଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ଉଦ୍ଧାର କରି ଚିହ୍ନଟ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଥିବା ଜଣାପଡ଼ିଛି ।କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
