*ବାତ୍ୟା ‘ନବ୍ୟା ଅର୍ଣ୍ଣବ’ ମୁକାବିଲା: ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିଲ୍ଲାରେ ୬ ଏବଂ ବାହାରୁ ଆସିବେ ୨ଟି ସ୍ୱତନ୍ତ୍ର ଦଳ*।
ନୂଆପଡା(ମିଖାଏଲ ନନ୍ଦ)
ତା-୨୭/୧୦
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ନବ୍ୟା ଅର୍ଣ୍ଣବ’ର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବିଭାଗ ପୂର୍ଣ୍ଣ ମାତ୍ରାରେ ସତର୍କ ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବାକୁ ଏକାଧିକ ସ୍ୱତନ୍ତ୍ର ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ସ୍ଥାନୀୟ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ ୬ ଗୋଟି ଅଗ୍ନିଶମ ଦଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ରଖାଯାଇଛି।
ସ୍ଥାନୀୟ ଦଳ ବ୍ୟତୀତ ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଗୋଟିଏ ଲେଖାଏଁ ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ରହିଛନ୍ତି।
ବିଭାଗୀୟ ସୂଚନା ଅନୁଯାୟୀ, କୌଣସି ବି ସ୍ଥାନରୁ ସୂଚନା ମିଳିବା ମାତ୍ରେ ଏହି ଦଳଗୁଡ଼ିକ ବିଳମ୍ବ ନ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବେ ଏବଂ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବେ।
ପ୍ରାକୃତିକ ଦୁର୍ବିପକ୍ଷ ସମୟରେ ଜୀବନ ଓ ସମ୍ପତ୍ତି ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି।
