*ବାତ୍ୟା ‘ଅର୍ଣ୍ଣବ’ ଆଶଙ୍କା: ନୂଆପଡ଼ା ଜିଲ୍ଲାରେ ଏସ୍ଏସ୍ଡି ବିଭାଗର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ*।
ନୂଆପଡା(ମିଖାଏଲ ନନ୍ଦ)
ତା-୨୭/୧୦
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତର ଆଶଙ୍କାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଏସ୍ଏସ୍ଡି (SSD) ବିଭାଗାଧୀନ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।
ଛୁଟି ବାତିଲ ଆସନ୍ତା ୨୭ ରୁ ୩୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
କର୍ମଚାରୀଙ୍କ ପ୍ରତି କଡ଼ା ନିର୍ଦ୍ଦେଶ ବର୍ତ୍ତମାନ ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟାଳୟ ଛାଡ଼ିବା ମନା ବିନା ଅନୁମତିରେ କୌଣସି ବି କର୍ମଚାରୀ ମୁଖ୍ୟାଳୟ ନ ଛାଡ଼ିବାକୁ କୁହାଯାଇଛି।
ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପକ୍ଷ ମୁକାବିଲା ଏବଂ ସ୍କୁଲଗୁଡ଼ିକର ସୁରକ୍ଷା ତଥା ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
