ବେଲଗୁଣ୍ଠା କଂସାରି ସାହିରେ ଦୁର୍ଗାପୂଜା ଅଧିବାସ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୧୭/୧୦-(ଶିବରାମ ଚୌଧୁରୀ )-,ସ୍ଥାନୀୟ କଂସାରି ସାହିରେ ଦୁର୍ଗାପୂଜା ଉପଲକ୍ଷେ ଧାର୍ମିକ ପରିବେଶ ମଧ୍ୟରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଥମେ ବେଲଗଛ ମୂଳରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାସୁଦେବ ମନ୍ଦିର ନିକଟସ୍ଥ ପୋଖରୀରୁ ପୂଜା ନିମନ୍ତେ ପବିତ୍ର ଜଳ ଅଣାଯାଇ ନଗର ପରିକ୍ରମା କରାଯାଇଥିଲା। ଏହି ଧାର୍ମିକ ଶୋଭାଯାତ୍ରାରେ ସାହିବାସିନ୍ଦା ଓ ଭକ୍ତମାନେ ସାମିଲ ହୋଇଥିଲେ।ଏହି ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ପତି ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ନିତାଇ ଗୌରୀ ଆଶ୍ରମର ମହାରାଜ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରବଚନ ମାଧ୍ୟମରେ ସେ ଧର୍ମ, ଭକ୍ତି ଓ ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ସଭାପତି ସୁଶାନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ହରେକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ଓ କଂସାରି ସାହିବାସୀଙ୍କ ସହଯୋଗରେ ଅଧିବାସ କାର୍ଯ୍ୟକ୍ରମ ସୁଚାରୁରୂପେ ଆୟୋଜିତ ହୋଇଥିଲା। ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
