ଲାୟନ୍ସ କ୍ଲବ୍ ୟୁଥ୍ ସମ୍ବଲପୁର ପକ୍ଷରୁ ପୁରୁଣା ଚଷମା ସଂଗ୍ରହ ଅଭିଯାନ!
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସମ୍ବଲପୁର: ଭିଜନ୍ ୱିକ୍ (Vision Week) ଅବସରରେ ଲାୟନ୍ସ କ୍ଲବ୍ ୟୁଥ୍ ସମ୍ବଲପୁର ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁର ସହରର ପାଞ୍ଚଟି ସ୍ଥାନରେ ପୁରୁଣା ଚଷମା ଦାନ ପାଇଁ ସଂଗ୍ରହ ବାକ୍ସ ସ୍ଥାପନ କରାଯାଇଛି।
ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ବ୍ୟବହାରରେ ନଥିବା ପୁରୁଣା ଚଷମା ଦାନ କରିବାକୁ ଅନୁରୋଧ କରାଯାଇଛି। ସଂଗୃହୀତ ଚଷମାଗୁଡ଼ିକୁ ପୁନଃବ୍ୟବହାର କରି ଆର୍ଥିକ ଅନଟନ ଯୋଗୁଁ ନୂଆ ଚଷମା କିଣିପାରୁ ନଥିବା ଆବଶ୍ୟକତା ଥିବା ବ୍ୟକ୍ତିମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ପୁରୁଣା ଚଷମାର ଫ୍ରେମ୍ଗୁଡ଼ିକୁ ମଧ୍ୟ ଉପଯୁକ୍ତ ଚଷମା ପ୍ରସ୍ତୁତିରେ ବ୍ୟବହାର କରାଯିବ।
ଏହି ଉଦ୍ୟମ ମାଧ୍ୟମରେ ଅସହାୟ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ସ୍ପଷ୍ଟ ଦୃଷ୍ଟିଶକ୍ତି ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ନୂଆ ଆଶା ଓ ଆଲୋକ ଆଣିବା ଲକ୍ଷ୍ୟ ରଖାଯାଇଛି।
ଲାୟନ୍ସ କ୍ଲବ୍ ୟୁଥ୍ ସମ୍ବଲପୁର ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଏହି ମହତ୍ କାର୍ଯ୍ୟରେ ସହଯୋଗ କରିବା ସହ ପୁରୁଣା ଚଷମା ଦାନ କରିବାକୁ ଆହ୍ୱାନ କରାଯାଇଛି।
ଲାୟନ୍ସ କ୍ଲବ୍ ୟୁଥ୍ ସମ୍ବଲପୁର
ସେବା ଓ ସହଯୋଗ ମାଧ୍ୟମରେ ଉଜ୍ଜ୍ୱଳ ଭବିଷ୍ୟତ।
