*ନୂଆପଡ଼ା ଜିଲ୍ଲା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ଲାଟଫର୍ମ ସ୍ପିଚ ମୁଁ କାହିଁକି ଛିଡ଼ା ହୋଇଛି କାର୍ଯ୍ୟକ୍ରମ ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୧୦.
ନୂଆପଡ଼ା ଜିଲ୍ଲା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ଲାଟଫର୍ମ ସ୍ପିଚ ମୁଁ କାହିଁକି ଛିଡ଼ା ହୋଇଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନୂଆପଡା ନେସନାଲ କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ ଯୋଗ ଦେଇ ଛାତ୍ର ସଂସଦ ନିର୍ବାଚନ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ସୁଯୋଗ, ନିଜ ନେତୃତ୍ୱ ବିକାଶ ପାଇଁ ବୋଲି କହିଥିଲେ। ସଭାରେ ଏବିଭିପି ସମର୍ଥିତ ଜାଗୃତି ସାହୁ, ବିଜୁ ଛାତ୍ର ଜନତା ଦଳ ସମର୍ଥିତ ରାହୁଲ ସେଠୀ, ଜାତୀୟ ଯୁବ କଂଗ୍ରେସ ସମର୍ଥିତ ରାହୁଲ ପଟେଲ ଓ ସ୍ୱାଧୀନ ଭାବରେ ଡିଗେଶ୍ୱର୍ ଦୀପ, ନିର୍ବାଚନ ମୈଦାନକୁ ଓହଲିଛନ୍ତି। ପ୍ରଥମେ ଭାରତ ମାତାର ସନ୍ତାନ ରୂପେ ନିଜକୁ ଗର୍ବିତ ହୋଇ କଲେଜ କେମ୍ପାସ ତାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ଓ ପ୍ରଦାନ କରେ। ଭବିଷ୍ୟତ ରେ ନେତୃତ୍ୱ ନେବା ଦକ୍ଷତା ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି କଲେଜ ପରିସର ରେ ଥିବା ସମସ୍ୟା ଏବଂ ବାହାରେ ସମ୍ମୁଖୀନ ହେବା ସମସ୍ୟା କୁ ଦୃଷ୍ଟି ଆକର୍ଷଣ କରି ତାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି । ୧୦ ଗୋଟି ପଦବୀ ପାଇଁ ୨୪ ଜଣ ପ୍ରତିନିଧି ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି। ସଭାରେ ନିର୍ବାଚନ ଅଧିକାରୀ ମମତା ପଟ୍ଟନାୟକ, ସହକାରୀ ନିର୍ବାଚନ ଅଧିକାରୀ ବୈଦ୍ୟନାଥ ଗଡତିଆ, ବିଧାନ ଚରଣ ମିଶ୍ର, ନନ୍ଦିନୀ ମଞ୍ଜରୀ ହୋତା, ଡଃ.ପ୍ରମୋଦ କୁମାର ରାଉତ, ଶୁକ ଦେବା ଘିଲ, କପିଲଦେବ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ସାହୁ, ଡଃ ପ୍ରଣତି ପଣ୍ଡା, ଡଃ ମିନାକ୍ଷୀ ଦାସ, ଗୋପୀ ଗୋପାଳ ସୁନା, ଶିବ ପ୍ରସାଦ ସା ବୈକୁଣ୍ଠ ବେହେରା, , ହେମଲ୍ ସା ପ୍ରମୁଖ ଯୋଗ ଦେଇଥିଲେ।
