*ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ: ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରି ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ଶିଶୁ ସୁରଭି-୨୦୨୬’ ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ତା-୧୨/୧୦
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ସୁରଭି ୨୦୨୬ କାର୍ଯ୍ୟକ୍ରମ ସୋମବାର ଦିନ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକର ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ କ୍ଳଷ୍ଟର ସିଆରସିସି ଶ୍ରୀଯୁକ୍ତ ବିରଞ୍ଚି ପ୍ରସାଦ ମେହେର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକାମରେ ମୂଖ୍ୟ ଅତିଥି
ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ଲୋଚନେ ମାଝି ଦାବ୍ରି ଗ୍ରା. ପ. ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଦେବସି ହଂସ ନାଏବ ସରପଂଚ, ଅନୁରାଧା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଦାବ୍ରି ୟୁପିଏସ୍ ଶିଶିର ପାଣିଗ୍ରାହୀ ମହୁଳଝରଣ ୟୁପିଏସ୍ ଜିତେନ୍ଦ୍ର କୁମାର ସାହୁ ରାମପୁର ଗୁମା ୟୁପିଏସ୍ ପରିଚାଳନା କମିଟି ର ସଭାପତି ଶ୍ରୀମାନ ଡୋଲାମଣି ଜଗତ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଶ୍ରୀମତୀ ଛବିଲା ମାଝି ଯୋଗଦାନ କରିଥିଲେ। ସୁରଭି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଶିଶୁ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ମୂଖ୍ୟ ସ୍ରୋତ କୁ ଆଣିବା । ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ କଳା ସଂସ୍କୃତି ଓଡ଼ିଆ ଭାଷା , ବିତର୍କ , ବକ୍ତୃତା, ସଙ୍ଗୀତ, ନୃତ୍ୟ , ଚିତ୍ରାଙ୍କନ ଓ ପିଏମ ପୋଷଣ ଭଳି ବିଭିନ୍ନ ପ୍ରତିଯୋଗିତା ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ଦିର୍ଘବର୍ଷ ଧରି ଜାରି ରଖିଛନ୍ତି ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ଓସେପା ଓ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ମକରଧ୍ବଜ ରଣା ଗତ ଶୁକ୍ରବାର ଦିନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷକ ସଭାପତି ହୋଇଥିବାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ମୂଖ୍ୟ ଅତିଥି ଙ୍କ ଠାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସେମାନେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ପାଇଁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଦାବ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକର ଖଡିଆ ଓ ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରି ର ସହ ସରକାରୀ ଶିକ୍ଷକ ଶ୍ରୀମାନ ସୁଶାନ୍ତ କୁମାର ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ରାମପୁରଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦିପ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଭାଲୁ ଡୁଙ୍ଗୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନେତ୍ର ବାଗ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ହେର୍ଣା, ସୁଶାନ୍ତ କୁମାର ମେହେର, ଡଗ୍ରେଶ୍ବର ମେହେର, ଧିରେନ୍ଦ୍ର ମେହେର, ମକରଧ୍ବଜ ରଣା,କୃଷ୍ଣ ଚନ୍ଦ୍ର ମେହେର, ମହେଶ୍ୱର ଛତ୍ରୀଆ ସହ ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।
