ଅଦ୍ୟ ତା୧୧/୧୦/୨୦୨୬ରିଖ ରବିବାର ଦିବା ୧୧ଘଟିକା ସମୟରେ ବିର୍ସା ମୁଣ୍ଡା ସାଂସକୃତିକ ଯୁବକ ସଂଘ , କୁଅଁର ଡିହି ଆନୁକୁଲ୍ୟରେ, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚେଦରେ ସାମିଲକରିବା ଦାବି ନେଇ ସାରସକଣା ବ୍ଲକ ସ୍ଥରୀୟ ମହାସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଓଡ଼ିଶା, ଝାରଖଣ୍ଡ ପଶ୍ଚମବଙ୍ଗ ରୁ ବହୁ ବୁଦ୍ଧି ଜୀବି ଓ ଜନତାଙ୍କ ଉପସ୍ଥିତରେ ବିର୍ସା ମୁଣ୍ଡା ସାଂସ୍କୃତିକ ଯୁବକ ସଂଘ, କୁଅଁରଡିହି ର ସଭାପତି ଶ୍ରୀପଣ୍ଡିତ ସିଂ ଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳନା ହୋଇଥିଲା । ଉକ୍ତ ବୈଠକରେ ମୁଣ୍ଡା ଶାସନ ଗୁଟଗାମ ଚାନ୍ଦୁଆ, ମୟୂରଭଞ୍ଜ ମନୋରଞ୍ଜନ ସିଂ ,ସଂଘର କୋଷାଧ୍ୟକ୍ଷ ନିମାଇଁ ସିଂ , ପରାମର୍ଶଦାତା ଖକେନ ସିଂ , ପଶ୍ଚିମବଙ୍ଗ ମହିଳା ସମାଜ ସେବୀ ସାରଥି ସିଂ ,ଦିଶୁମ କାରାମ କମିଟି, ନୂଆଗାଁ ସଭାପତି ବୁଧୁ ରାମ ସିଂ , ସୁବାସ ସିଂ ଅର୍ଜୁନ ସିଂ ଝାରଖଣ୍ଡ ପ୍ରଦେଶ ମୁଣ୍ଡା ସମାଜ ସୁସାର ସମିତି, ବହଡାଗୋଡ଼ା ଭଜହରି ମୁଣ୍ଡା ଓ ମୁଣ୍ଡାରୀ ଭାଷା ସମନ୍ନୟ କମିଟି ସଭାପତି ସାରସକଣା କରମଚାନ୍ଦ ସିଂ, ଖକେନ ଚ଼ନ୍ଦ୍ର ସିଂ ଗୋପି-୧ ମୁଣ୍ଡାରୀ ମାଷ୍ଟର ସୁବୋଧ ସିଂ, ବୁଧୁସିଂ, ସାତକୋଟି ଚାନ୍ଦ ସିଂ , ଆରାମ ପୋଲିସ ସିଂ, ସାରସକଣା ବ୍ଲକ ସମାବେଶକୁ ସଫଳ କରିବା ପାଇଁ ମତବ୍ୟକ୍ତ କରିଥିଲେ ଓ ଉକ୍ତ ପ୍ରସ୍ତୁତି ବୈଠକରେ ହାତୁ ମୁଣ୍ଡା, ଡାକୁଆ ,ହାତୁ ପାଣ୍ଡେ, ହାତୁ ମାନକି ମାନଙ୍କୁ ପରିଚୟ ପତ୍ର ମୁଣ୍ଡାସାଶନ ଗୁଟଗାମ ର ମନୋରଞ୍ଜନ ସିଂ ପ୍ରଦାନ କରିଥିଲେ ଓ ସଂଘ ର କାର୍ଯ ଓ ପଦକ୍ଷେପ ରେ ଅନୁପ୍ରାଣିତ ହେଇ ବାରିପଦା ସଦର ମୁଖ୍ୟଚିକତ୍ସାଳୟର ପୂର୍ବତନ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ନବିନ ଚନ୍ଦ୍ର ସିଂ ବିଧିବଦ୍ଧ ଭାବରେ ସଂଘରେ ଉପଦେଷ୍ଟା ପଦରେ ଯୋଗଦାନ କରିଥିଲେ ଏବଂ ବିର୍ସା ମୁଣ୍ଡା ସାଂସ୍କୃତିକ ଯୁବକ ସଂଘର ସଭାପତି ସମ୍ପାଦକ ତଥା ସମସ୍ତ ସଦସ୍ୟ ସଦସ୍ୟାବୃନ୍ଦ ରୀତିନିତି ମାଧ୍ୟମରେ ସ୍ୱାଗତ ସମ୍ବର୍ଧନା ଜଣାଇଛନ୍ତି ।ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା ଯେ ଆସନ୍ତା ତା -27-10-2026 ରିଖ ସାରସକଣା ବ୍ଲକ, ତା- 14-10-2026 ରିଖ କୁଳିଅଣା ବ୍ଲକ (ଚାନ୍ଦୁଆ ) ଏବଂ ତା – 02-11-2026 ରିଖ ଗପିବଲ୍ଲଭପୁର-1 (WB )ରେ ମଧ୍ୟ ଏହିପରି ମହାସମାବେଶ କରାଯିବବୋଲି ଘୋଷଣା କରାଯାଇଥିଲା l ଶେଷରେ ସଂଘର ସଭାପତି ପଣ୍ଡିତ ସିଂ ଧନ୍ୟବାଦ ଭାଷଣ ଦେଇ ସଭା କାର୍ଯ ସମାପ୍ତ କରିଥିଲେ I
