ପ୍ରେସ୍ ବିଜ୍ଞପ୍ତି
ତା-୧୧.୧୦.୨୦୨୬ ରିଖ, ରବିବାର
ବାରିପଦା, ମୟୂରଭଞ୍ଜ
ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମୁଣ୍ଡା ଯୁବ ସଂଗଠନ ପକ୍ଷରୁ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ମୟୂରଭଞ୍ଜର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମୁଣ୍ଡା ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭବ୍ୟ ସ୍ୱାଗତ ସମାରୋହ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ପ୍ରସାର, ଯୁବପିଢ଼ି ର ପ୍ରତିଭା ବିକାଶ ଏବଂ ଆଦିବାସୀ ସମାଜର ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଥିଲା।
ସର୍ବପ୍ରଥମେ ମୁଣ୍ଡା ରୀତିନୀତି ରେ ବସନ୍ତ ପାହାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମାପ୍ତ ହୋଇଥିଲା।
ଏହା ପରେ ମୁଣ୍ଡା ଯୁବ ସଂଗଠନ ର ସଦସ୍ୟ ତଥା ଶିବନାଥ ସିଂ ମାରା° ଗୋମକେ ଜୟପାଲ ସିଂ ମୁଣ୍ଡା ଏବଂ ଧାର୍ତି ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ପ୍ରେରଣା ବିଷୟରେ, ରାଜଲକ୍ଷ୍ମୀ ସିଂ ଏକାଡେମିକ ଶିକ୍ଷାର ଗୁରୁତ୍ୱ ବିଷୟ ରେ, କ୍ଷେତ୍ରିମଣି ସିଂ ସାମଜିକ ଶିକ୍ଷାର ଗୁରୁତ୍ୱ ବିଷୟ ରେ, ରବି ସିଂ ମୁଣ୍ଡା ସମାଜର ପରମ୍ପରା,ରୀତିନୀତି ଏବଂ ସଂସ୍କୃତି ବିଷୟ ରେ ନିଜର ବକ୍ତବ୍ୟ ରଖିଥିଲେ।
ଏହାପରେ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ସିଂ(ପ୍ରଧାନ ଶିକ୍ଷକ) ସଭା ପରିଚାଳନା କରିଥିଲେ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ OFS (SAG) ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ କାର୍ଯ୍ୟାଳୟରେ ମୁଖ୍ୟ ଆର୍ଥିକଅଧିକାରୀ ଭାବେ
କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ମଦନ ସିଂ,
ସମ୍ମାନିତ ଅତିଥି ଭାବରେ ଲକ୍ଷ୍ମୀପୋଷି ଜି.ପି ର ସରପଞ୍ଚ ଫକୀର ସିଂ,
ମୁଖ୍ୟ ବକ୍ତା ଭାବରେ ଓଡିଶା କର୍ପୋରେସନ ଲିମିଟେଡ ପରିଚାଳକ ବିଭାଗର ଶ୍ରୀଯୁକ୍ତ ଇଶ୍ବର ଚନ୍ଦ୍ର ସିଂ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଭଦ୍ରକ ହସ୍ପିଟାଲ ର ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂ, ସମ୍ମାନିତ ଅତିଥି ଭାବରେ ସହାୟକ ବିଭାଗ ଅଧିକାରୀ ଜଳ ସମ୍ପଦ ବିଭାଗର ଶ୍ରୀମତୀ ଆରତୀ ସିଂ ,
ସମ୍ମାନିତ ଅତିଥି ଭାବରେ ଖଣି ଅଧିକାରୀ, ବାରିପଦାର ଶ୍ରୀଯୁକ୍ତ ଅନାମ ସିଂ, ସମ୍ମାନିତ ଅତିଥି ଭାବରେ ବୁଧୁ ସିଂ ଯୋଗଦେଇଥିଲେ। ସେ ନିକଟରେ ପି.ଏଚ୍.ଡି (PhD) ଡିଗ୍ରୀ ହାସଲ କରିଥିବାରୁ ତାଙ୍କର ଏହି ସଫଳତା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷାର ମହତ୍ତ୍ୱ, ଉଚ୍ଚଶିକ୍ଷାର ଆବଶ୍ୟକତା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ ସମାଜର ବିକାଶରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଶିକ୍ଷା ମାଧ୍ୟମରେ ଯୁବପିଢ଼ି ନିଜର ଲକ୍ଷ୍ୟ ହାସଲ କରିବା ସହ ସମାଜର ଉନ୍ନତିରେ ଯୋଗଦାନ କରିପାରିବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ନିଜର ଜ୍ଞାନ, ଯୁକ୍ତି ଓ ବକ୍ତୃତା କୌଶଳ ପ୍ରଦର୍ଶନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ସାଂସ୍କୃତିକ ନୃତ୍ୟ ଓ କାର୍ଯ୍ୟକ୍ରମ ମାଧ୍ୟମରେ ମୁଣ୍ଡା ସମାଜର ପରମ୍ପରା ଓ ସାଂସ୍କୃତିକ ଗୌରବର ଝଲକ ପ୍ରଦର୍ଶିତ ହୋଇଥିଲା।
ମୁଣ୍ଡା ଯୁବ ସଂଗଠନର ଏହି ପ୍ରୟାସ ଯୁବପିଢ଼ିଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବା ସହ ନିଜ ସଂସ୍କୃତି ପ୍ରତି ଗର୍ବବୋଧ ଓ ସାମାଜିକ ଏକତାକୁ ସୁଦୃଢ଼ କରିବାର ବାର୍ତ୍ତା ଦେଇଥିଲା। ଶିକ୍ଷିତ, ସଚେତନ ଓ ଦାୟିତ୍ୱବାନ ଯୁବପିଢ଼ି ଗଠନ ମାଧ୍ୟମରେ ସମାଜର ସାମଗ୍ରିକ ବିକାଶ ସମ୍ଭବ ବୋଲି ଏହି ସମାରୋହରୁ ବାର୍ତ୍ତା ମିଳିଥିଲା।
ମୁଣ୍ଡା ଯୁବ ସଂଗଠନର ଏକତା, ସହଯୋଗ ଓ ସାମୂହିକ ପ୍ରୟାସ ହିଁ ସଫଳତାର ମୂଳମନ୍ତ୍ର।
ମୁଣ୍ଡା ଯୁବ ସଂଗଠନ ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକର ସଫଳ ଆୟୋଜନ ପଛରେ ଅନେକ ସମର୍ପିତ ବ୍ୟକ୍ତିଙ୍କର ଅବଦାନ ରହିଛି। ବିଶେଷ କରି ମୁଣ୍ଡା ଯୁବ ସଂଗଠନର ଆୟୋଜକ ସଚିବ ଛାଟିଆ ସିଂ, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ସିଂ, କୋଷାଧ୍ୟକ୍ଷ ଅଜିତ କୁମାର ସିଂ, ସଭାପତି ଫକୀର ମୋହନ ସିଂ, ସଂପାଦକ ରାଜେଶ କୁମାର ସିଂ, ଉପ ସଭାପତି ବିଜୟ କୁମାର ସିଂ, ଉପଦେଷ୍ଟା ରାଇଦାସ ସିଂ, ଅର୍ଜୁନ ସିଂ, ପଦ୍ମଲୋଚନ ସିଂ, ସହ ସଂପାଦକ କିଶୋର କୁମାର ସିଂ, ପୂର୍ବତନ ଦେଉଳିଆ ସରପଞ୍ଚ ବୈଦ୍ୟନାଥ ସିଂ ଓ ମୋତିଲାଲ ସିଂଙ୍କ ଭଳି ବ୍ୟକ୍ତିତ୍ୱମାନଙ୍କ ସହଯୋଗ, ପରାମର୍ଶ, ନେତୃତ୍ୱ ଓ ସମର୍ପଣ ଦ୍ୱାରା ଏହି କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜିତ ହୋଇଥିଲା। ତାଙ୍କ ବିନା ଏକ ବଡ଼ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଅତ୍ୟନ୍ତ କଷ୍ଟକର।
ଏକ ସଂଗଠନର ଶକ୍ତି କେବଳ ଏହାର ସଦସ୍ୟ ସଂଖ୍ୟାରେ ନୁହେଁ, ବରଂ ସଦସ୍ୟମାନଙ୍କର ଏକତା, ଦାୟିତ୍ୱବୋଧ ଓ ସମାଜ ପ୍ରତି ଥିବା ସମର୍ପଣରେ ରହିଥାଏ। ଏହି ବ୍ୟକ୍ତିତ୍ୱମାନଙ୍କର ଅଭିଜ୍ଞତା, ସହଯୋଗ ଓ ସକ୍ରିୟ ଭୂମିକା ସଂଗଠନକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇଥାଏ।
ସମାଜର ଉନ୍ନତି, ଯୁବପିଢ଼ିର ଏକତା ଏବଂ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କର ସାମୂହିକ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। କାର୍ଯ୍ୟକ୍ରମର ସଫଳତା କେବଳ ମଞ୍ଚରେ ଦେଖାଯାଉଥିବା ଆୟୋଜନ ନୁହେଁ, ଏହା ପଛରେ ରହିଥିବା ଯୋଜନା, ପରିଶ୍ରମ, ସମୟ ଦାନ ଓ ସହଯୋଗର ଫଳ।
ମୁଣ୍ଡା ଯୁବ ସଂଗଠନର ଲକ୍ଷ୍ୟ କେବଳ କାର୍ଯ୍ୟକ୍ରମ ଆୟୋଜନ କରିବା ନୁହେଁ, ବରଂ ଏକତା ବଦ୍ଧ ସମାଜ ଗଠନ କରିବା ଓ ଯୁବପିଢ଼ିକୁ ଏକ ନୂତନ ଦିଗ ଦେଖାଇବା। ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ହିଁ ସଂଗଠନର ପ୍ରକୃତ ଶକ୍ତି।
ଏକତା ଆମର ଶକ୍ତି, ସହଯୋଗ ଆମର ପରିଚୟ ଏବଂ ସମାଜର ଉନ୍ନତି ଆମର ଲକ୍ଷ୍ୟ।
ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟରତ ସଦସ୍ୟ ତଥା
ରଶ୍ମିତା ସିଂ, ମୌସୁମୀ ସିଂ, ଦୀପାଲି ସିଂ, ରବି ସିଂ, ମଙ୍ଗଲ ସିଂ, ଜୟନ୍ତ ସିଂ, ଲକ୍ଷ୍ମୀ ସିଂ,ତପସ୍ୱିନୀ ସିଂ, ବିନୋଦ ସିଂ, ନିରଞ୍ଜନ ସିଂ,ଅଜିତ୍ ସିଂ, ଲକ୍ଷ୍ମୀପ୍ରିୟା ସିଂ, ସ୍ୱାତୀ ସିଂ, ବବିତା ସିଂ, ରାଣୀ ସିଂ, ରଶ୍ମିତା ସିଂ,ଦେବସ୍ଵିନି ସିଂ, ରୀତା ସିଂ, ଅକ୍ଷୟ ସିଂ,ଜ୍ୟୋତ୍ସ୍ନା ସିଂ, ଅନି ସିଂ, ସସ୍ମିତା ସିଂ,ମମତା ସିଂ, ଲତିକା ସିଂ, କନକ ସିଂ,ଅକ୍ଷୟ ସିଂ, ସୋମନାଥ ସିଂ, ମହେନ୍ଦ୍ର ସିଂ, ମୋହେନ୍ଦ୍ର ସିଂ,ବାପୁନୁ ସିଂ,ମୀନା ସିଂ, ଗୋଲାପି ସିଂ,ସଞ୍ଜୟ ସିଂ, ଆକାଶ ସିଂ, ରବୀନ୍ଦ୍ର ସିଂ,ମୁକେଶ ସିଂ ଆଦି ଙ୍କ ସହଯୋଗ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶେଷରେ ସାବିତ୍ରୀ ସିଂ ଧନ୍ୟବାଦ ଅର୍ପଣ ସହ କାର୍ଯ୍ଯକ୍ରମ ସମାପ୍ତ ହୋଇ ଥିଲା।
ଫକୀର ମୋହନ ସିଂ ରାଜେଶ କୁମାର ସିଂ
ସଭାପତି ସମ୍ପାଦକ
